ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ: ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିଲା ଟାଟା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲି ଆସୁଥିବା  ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଏୟାର ଇଣ୍ଡିଆ ବିକ୍ରି ହୋଇଯାଇଛି। ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ ।  ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଛି ଟାଟା । ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଛି ଟାଟା । ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଧାର୍ଯ୍ଯ କରାଯାଇଛି ବୋଲି ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ପ୍ରାୟ ୨୩ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା। ତେଣୁ ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌ ଓ ସ୍ପାଇସ୍‌ ଜେଟ୍‌ ମଧ୍ୟରେ ଲାଗିଥିଲା ଜୋରଦାର ଟକ୍କର। ଏଥିନିମନ୍ତେ ଉଭୟ ସଂସ୍ଥା ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ହେଲେ କରୋନା କଟକଣା ପାଇଁ ଏଥିରେ ସାମାନ୍ୟ ବିଳମ୍ବ ହୋଇଥଇଲା।

ଅପରପକ୍ଷେ, ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୭ ବର୍ଷ ପରେ ପୁଣି ସେହି ସଂସ୍ଥାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ । ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେ.ଆର.ଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ମାତ୍ର ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଟାଟା ସନ୍ସ ବାଜି ମାରି ନେଇଛି

Leave a comment