ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆ ଚେୟାରମ୍ୟାନ, ଘୋଷଣା କଲା ଟାଟା ଗ୍ରୁପ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ। ଆଜି ଏୟାର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ବୋର୍ଡ ‌ବୈଠକରେ ଏନ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ଏନ ଚନ୍ଦ୍ରଶେଖରନଙ୍କ ଜନ୍ମ ୧୯୬୩ରେ ତାମିଲନାଡୁର ମୋହନୁରରେ ହୋଇଥିଲା। ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରୁ ଏମସିଏ ପଢିଥିଲେ। ଚନ୍ଦ୍ରଶେଖରନ ୧୯୮୭ରେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ଵରେ ଟିସିଏସ ଟାଟା ଗ୍ରୁପର ସବୁଠୁ ବଡ କମ୍ପାନୀ ହେବା ସହ ସର୍ବାଧିକ ସଫଳତା ହାସଲ କରିଛି । ଟାଟା ଷ୍ଟିଲ, ଟାଟା ମୋଟର୍ସ, ଟାଟା ପାୱାର ଓ ଟାଟା କନଲଟାନ୍ସି ସର୍ଭିସ(ଟିସିଏସ) ଭଳି ଏକାଧିକ ଗ୍ରୁପ ଅପରେଟିଂ କମ୍ପାନୀର ବୋର୍ଡରେ ସେ ସଦସ୍ୟ ରହିଛନ୍ତି। ସେ ଦୀର୍ଘ ୩୦ ବର୍ଷ ଟିସିଏସ୍‌ରେ ବ୍ୟବସାୟିକ କ୍ୟାରିୟର ସମ୍ପାଦନ କରିବା ପରେ ସେ ଅଧ୍ୟକ୍ଷ ପଦ ପାଇଥିଲେ। ତାଙ୍କୁ ୨୦୧୬ରେ ଟାଟା ସନ୍ସର ବୋର୍ଡରେ ସାମିଲ୍ କରାଯାଇଥିଲା। ୨୦୧୭ ଜାନୁଆରୀରେ ତାଙ୍କୁ ଟାଟା ଗ୍ରୁପର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଥିଲା। ଫେବୃଆରୀରେ ସେ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଟାଟା ପାଓ୍ଵାର ଏବଂ ଟିସିଏସ ପରି କମ୍ପାନୀର ବୋର୍ଡରେ ମଧ୍ୟ ଚେୟାରମ୍ୟାନ ରହିଛନ୍ତି।

ପୂର୍ବରୁ ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦ ପାଇଁ ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସିଙ୍କ ନାଁ ଘୋଷଣା କରାଯାଇଥିଲା। କିନ୍ତୁ ସେ କିଛି ଦିନ ତଳେ ଏହି ପଦକୁ ଗ୍ରହଣ କରିବେ ନାହିଁ ବୋଲି ଟାଟା ସନ୍ସକୁ ଅବଗତ କରାଇଥିଲେ। ଏବେ ଟାଟା ସନ୍ସର ମୁଖ୍ୟ ନିଜେ ହିଁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଛନ୍ତି। ଏହା ବାଦ୍ ଜେନେରାଲ ଇନସ୍ୟୁରାନ୍ସ କର୍ପୋରେସନର ପୂର୍ବତନ ସିଏମଡି ଏଲିସ ଗିବର୍ଗିସ ବୈଦନ୍ୟଙ୍କୁ ବୋର୍ଡରେ ଜଣେ ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ ସାମିଲ୍ କରାଯିବ। ହେଲେ ଏବେ ବି ଏୟାର ଇଣ୍ଡିଆର ସିଇଓ ପଦ ଖାଲି ରହିଛି। ତୁର୍କୀ ଏୟାରଲାଇନ୍ସର ପୂର୍ବତନ ସିଇଓ ଇଲକର ଆଇସି ଏୟାର ଇଣ୍ଡିଆର ନୂଆ ସିଇଓ ନିଯୁକ୍ତିକୁ ପ୍ରତ୍ୟଖ୍ୟାନ କରିବା ପରେ ଏବେ ଏୟାର ଇଣ୍ଡିଆ ଏକ ନୂଆ ସିଇଓ ଖୋଜୁଥିବା ଜଣାପଡ଼ିଛି।

Leave A Reply

Your email address will not be published.