ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷରେ ବିଧିବଦ୍ଧ ଭାବେ ଏୟାର ଇଣ୍ଡିଆର ମାଲିକାନା ହାତେଇଲା ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଶେଷରେ ଆଜି ବିଧିବଦ୍ଧ ଭାବେ ଟାଟା ଗ୍ରୁପ୍ ପାଖକୁ ଫେରିଛି ଏୟାର ଇଣ୍ଡିଆ। ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ତା’ର ନୂଆ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ଫେରି ପାଇ ଆମେ ବହୁତ ଖୁସି। ଏହାକୁ ଏକ ବିଶ୍ୱ ସ୍ତରୀୟ ଏୟାରଲାଇନରେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଔପଚାରିକ ହସ୍ତାନ୍ତର ପୂର୍ବରୁ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି।

ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କାରେ ଏୟାର ଇଣ୍ଡିଆର ବିକ୍ରି ପାଇଁ ଟାଟା ସନ୍ସ ସହ ରାଜିନାମା କରିଥିଲେ। କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍‌ ହାତକୁ ଫେରିଛି। ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ଦେବ ଏବଂ ଏୟାର ଲାଇନ୍ ଉପରେ ଥିବା ୧୫,୩୦୦ କୋଟି ଟଙ୍କା ବକେୟା ପରିଶୋଧ କରିବା ନେଇ ଚୁକ୍ତି ହୋଇଥିଲା।

Leave A Reply

Your email address will not be published.