ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋର୍ଦ୍ଧା ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବୋଝେଇ ଟାଟା ଏସି ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ବୋଝେଇ ଟାଟା ଏସି ଜବତ କରାଯାଇଛଇ। ବାଙ୍କୀ ବୈଦେଶ୍ୱର ଅଞ୍ଚଳରୁ ନୟାଗଡ଼ ଜିଲ୍ଲାକୁ ଏହି ଚୋରା କାଠ ବୋଝେଇ ( ଓଡ଼ି-୦୨- ବିଏମ-୩୦୪୦ ନମ୍ବର) ବିଶିଷ୍ଟ ଏକ ଟାଟା ଏସି ଭ୍ୟାନରେ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଟାଟ ଏସି ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ଜବତ କରିବା ସହ ଉକ୍ତ ଗାଡିକୁ ଜବତ କରିଛି ଖୋର୍ଦ୍ଧା ବନ ବିଭାଗ। ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି। ଏ ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ଅଧିକ ସୂଚନା ଦେବାକୁ ମନା କରିଥିବା ବେଳେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.