ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା : ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବେ ସୁମିତ

ବ୍ରହ୍ମପୁର : ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତପସ୍ବିନୀ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଥିଲା। ଜିଲ୍ଲାକୋର୍ଟ ତାଙ୍କ ରାୟରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ ବୋଲି ମଧ୍ୟ ରାୟରେ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ତପସ୍ବିନୀ ଖୁସି ବ୍ୟକ୍ତ କରିବା ସହ ତାଙ୍କ ସ୍ବାମୀଙ୍କ ସହ ହସଖୁସିରେ ପୁଣିଥରେ ସମୟ ବିତିବ ବୋଲି ଆଶାବ୍ୟକ୍ତ କରିଥିଲେ।

ହେଲେ ଅନ୍ୟପଟେ ଜିଲ୍ଲା ଦୌରାଜଜ୍‌ଙ୍କ ରାୟରେ ଖୁସି ନାହାନ୍ତି ତପସ୍ବିନୀଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁ।  ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ। ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ଆମେ  ସନ୍ତୁଷ୍ଟ ନାହୁଁ। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବୁ ବୋଲି ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି।

Leave A Reply

Your email address will not be published.