ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲିଉଡକୁ କମ୍‌ବ୍ୟାକ୍ କରିବେ କି ତନୁଶ୍ରୀ! କମାଇଲେ ୧୫ କେଜି ଓଜନ, ଭାଇରାଲରେ ଟ୍ରାନ୍ସଫରମେସନ୍ ଲୁକ୍

ନୂଆଦିଲ୍ଲୀ  : ବଲିଉଡକୁ କମ୍‌ବ୍ୟାକ୍ କରିବେ ବୋଲ୍ଡ ତଥା ସେକ୍ସି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତାଙ୍କର ଏକ ନୂଆ ଭିଡ଼ିଓରୁ ଏହି କଥାର ପ୍ରମାଣ ମିଳିଛି। ଅନ୍ଧେରିରେ ଏକ ମିଟିଂକୁ ଯାଉଥିବା ବେଳେ ସେ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଅର୍ଥାତ୍ ସେ ପୂରା ସ୍ଲିମ୍ ଦେଖାଯାଉଛନ୍ତି। ଅବଶ୍ୟ ତାଙ୍କର ଟ୍ରାନ୍ସଫରମେସନ୍ ଲୁକ୍ ତନୁଶ୍ରୀଙ୍କ ଡେବ୍ୟୁ ଫିଲ୍କ ‘ଆସିକ୍ ବନାୟା ଆପ୍‌ନେ’କୁ ମନେ ପକାଉଛି। ପ୍ରଥମ ଫିଲ୍ମରେ ତାଙ୍କର ବୋଲ୍ଡ ଓ ହଟ୍ ଲୁକ୍‌କୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ।

ତେବେ ଗତ କିଛି ବର୍ଷ ମଧ୍ୟରେ ସେ ଏତେ ବଦଳିଯାଇଥିଲେ ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଥିଲା। ସେତେବେଳେ ତାଙ୍କ ଓଜନ ୧୫ କେଜି ବଢ଼ିଯାଇଥିଲା। ଏବେ ତାଙ୍କର ସ୍ଲିମ୍ ଲୁକ୍ ଦେଖି ଲାଗୁଛି ସେ ନିଜ ଓଜନ କମ୍ କରିବା ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। ଭାଇରାଲ ଭିଡ଼ିଓରୁ ଦେଖିବାକୁ ମିଳୁଛି ସେ ବ୍ଲାକ୍ ମିନି-ଡ୍ରେସ୍ ପିନ୍ଧିଛନ୍ତି। ଆଉ ପୂରା ପୂର୍ବଭଳି ସୁନ୍ଦର ଓ ହଟ୍ ଲାଗୁଛନ୍ତି। ଏହି ନୂଆ ଲୁକ୍ ପ୍ରଶଂସକଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଛି। ଏହା ସହ ଖୁବଶୀଘ୍ର ବଲିଉଡକୁ ଫେରିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶାବାଦୀ ଅଛନ୍ତି।


୨୦୦୫ରୁ ବଲିଉଡକୁ ଡେବ୍ୟୁ କରିଥିବା ତନୁଶ୍ରୀ ଏକାଧିକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ଚକୋଲେଟ୍’, ‘ଢ଼ୋଲ୍’ ଆଦି ଫିଲ୍ମରେ ନଜର ଆସିବା ପରେ ଅଚାନକ ରୂପେଲି ପରଦାରୁ ଗାୟବ ହୋଇଥିଲେ ତନୁଶ୍ରୀ। ୨୦୧୮ରେ ସେ ‘ମି ଠୁ’ ଅଭିଯାନକୁ ସକ୍ରିୟ କରି ଚର୍ଚ୍ଚାକୁ ଆସିଥିଲେ।

Leave A Reply

Your email address will not be published.