ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲସି ଦୋକାନ ଉପରେ ମାଡ଼ିଗଲା ଟ୍ଯାଙ୍କର: ୧ ମୃତ, ୩ ଆହତ

କଟକ: ଏମିତି ବି ଆସେ ମୃତ୍ଯୁ। ବେପାରା ଚାଲିଥିବା ବେଳେ ହଠାତ ମାଡିଆସିଲା ମୃତ୍ଯୁର ଟ୍ଯାଙ୍କର। ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଜଗତପୁର ଭଏରପୁର ଠାରେ। ରାସ୍ତାକଡ଼ ଲସି ଦୋକାନରେ ବେପାର ଚାଲିଥିବା ବେଳେ ହଠାତ ଏକ ତେଲ ଟ୍ୟାଙ୍କର ମାଡ଼ି ଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣ ବ୍ୟକ୍ତିଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ, ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଘର ଭିତରକୁ ମାଡ଼ି ଯାଇଥିଲା । 

Leave A Reply

Your email address will not be published.