ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକଡାଉନରେ ଟଙ୍କା ଅଭାବରୁ ବାପା ସାଜିଲା ବଳଦ

ଚେନ୍ନାଇ: ତାମିଲନାଡ଼ୁର ଥିରୁଥାନୀ ଜିଲ୍ଲା ଅନ୍ତର୍ଗତ ଅଗୁରରେ ଏକ ଅଭବାନୀୟ ଟିତ୍ର ଦେଖିବାକୁ ମିଳିଛି। କରୋନା ଲକଡାଉନ ଜଣେ ମିଣିଷକୁ  ବଳଦ ସଜାଇଦେଇଛି। ପଖାରେ ଟଙ୍କା ନ ଥିବାରୁ  ସାଇକେଲରେ ଜଣେ ହଳ କରୁଥିବାର ଦେଖିବାକୁ ମିଳିଛି। ସେ  ନିଜେ ବଳଦ ସାଜିଥିବା ବେଳେ ପୁଅ ଧରିଛି ସାଇକେଲ ଲଙ୍ଗଳ।

tamil

ସୂଚନା ଅନୁଯାୟୀ, ଥିରୁଥାନୀ ଜିଲ୍ଲାର ଅଗୁରରେ ରହୁଥିବା ୩୭ ବର୍ଷୀୟ ନାଗରାଜ କରଜ ଆଣି ବିଲରେ ଚମ୍ପା ଚାଷ କରିଥିଲେ । ଆଶା ଥିଲା ଭଲ ଚମ୍ପା ଫୁଲ ହେଲେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ନେବେ । ବିବାହ, ବ୍ରତରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରି ପରିବାର ପୋଷିବେ ।ଆଶାର ବିଶ୍ୱାସରେ ଇନ୍ଧନ ଭରି ଆସୁଥିବା ବେଳେ ହଠାତ୍ କରୋନା ପାଇଁ ସରକାର ଘୋଷଣା କରି ଦେଲେ ଲକଡାଉନ୍ । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଗଲା ମନ୍ଦିର । ଠପ୍ ହୋଇଗଲା ଜାକଜମକରେ ହେଉଥିବା ବାହାଘର । ଫଳରେ ଅମଳ ଫୁଲ ବିକ୍ରି ହୋଇ ପାରିଲା ନାହିଁ । ଏଭଳି ଦୁଃସ୍ଥିତିରେ ବର୍ଷେ ଚଳିବା ପରେ ନାଗରାଜ ପୁଣି ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ । ପାଖରେ ବେଶି ଟଙ୍କା ନଥିବାରୁ ଟ୍ରାକ୍ଟରରେ ହଳ କରିବା ସମ୍ଭବ ନଥିଲା । ଶେଷରେ ପୁଅକୁ ପାଠ ପଢ଼ିବା ପାଇଁ ସରକାର ଦେଇଥିବା ସାଇକେଲକୁ ଜୁଆଳି କରି ଚାଷ ଆରମ୍ଭ କରିଥିଲେ ନାଗରାଜ । ତାଙ୍କ ସହ ପୂରା ପରିବାର ବି ଚାଷରେ ଲାଗି ପଡ଼ିଥିଲା । ୬ ମାସର ପରିଶ୍ରମ ପରେ ଅପେକ୍ଷାର ଫୁଲ ଫୁଟିବା ବେଳକୁ ପୁଣି ଲକଡାଉନ୍ ହୋଇଗଲା ।

ଏନେଇ ନାଗରାଜ କୁହନ୍ତି ଯେ, ମୁଁ ମୋ ପୁଅର ସାଇକେଲକୁ ଚାଷ କାର୍ଯ୍ଯରେ ବ୍ୟବହାର କରୁଛି । ଏମିତିରେ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । କେଉଁଠାରୁ କିଛି ସାହାଯ୍ୟ ନ ମିଳିବା ପରେ ଖେତ ହଳ କରିବା ପାଇଁ ମୁଁ ଏ ରାସ୍ତା ବାହାର କରିଛି । ଏ କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି ।

Leave A Reply

Your email address will not be published.