ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଇକ୍ କିଣିବା ପାଇଁ ବସ୍ତାରେ କଏନ ଧରି ସୋ’ ରୁମରେ ପହଞ୍ଚିଲେ ଯୁବକ

ନୂଆଦିଲ୍ଲୀ: ତାମିଲନାଡୁରୁ ଏକ ରୋଚକ ପୂର୍ଣ୍ଣ ଘଟଣା ଆମ୍ନାକୁ ଆସିଛି। ବାଇକ୍ କିଣିବା ପାଇଁ ଜଣେ ଯୁବକ ବସ୍ତାରେ କଏନ ଭର୍ତ୍ତି କରି ସୋ’ ରୁମରେ ପହଞ୍ଚିଥିଲେ। ଉକ୍ତ ଯୁବକ ଜଣଙ୍କ ହେଉଛନ୍ତି ତାମିଲନାଡୁର ସଲେମରେ ବାସ କରୁଥିବା ଭୂପତି।

ଭୂପତି ତିନି ବର୍ଷ ଧରି ଟଙ୍କା ସଞ୍ଚୟ କରିଥିଲେ। ଉକ୍ତ ସଞ୍ଚିତ ଅର୍ଥ ୨ ଲକ୍ଷ ୬୦ ହଜାର ଟଙ୍କା ଧରି ସୋ’ ରୁମରେ ପହଞ୍ଚିଥିଲେ। ବସ୍ତାରେ ଟଙ୍କିକିଆ କଏନ ଭର୍ତ୍ତି ହୋଇଥିଲା।  ବିସିଏର ଛାତ୍ର ଭୂପତି ଚାରି ବର୍ଷ ପୂର୍ବେ ନିଜ ସ୍ୱପ୍ନର ବାଇକ ବଜାଜ ଡୋମିନର କିଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେହି ସମୟରେ ତାଙ୍କ ପାଖରେ ବାଇକ କିଣିବାକୁ ଟଙ୍କା ନଥିଲା। ପରେ ବାଇକ କିଣିବା ପାଇଁ ସେ ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଥିଲେ ଏବଂ ଶେଷରେ ସେ ଏହାକୁ ପାଇଛନ୍ତି। ଟଙ୍କା ଗଣିବାକୁ କର୍ମଚାରୀଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

Leave A Reply

Your email address will not be published.