ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋର୍ଦ୍ଧାରେ ମାନବବାଦ ସଂଗଠନର ତାଲିବାନୀ ଶାସନ; ଭିଡ଼ିଓ ଭାଇରଲ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍ସି

ଖୋର୍ଦ୍ଧା: ଅମାନବୀୟ ତାଲିବାନୀ ଶାସନ କରୁଛି ମାନବବାଦ ସଂଗଠନ । ଚରମ ସୀମାରେ ପହଂଚିଛି ହିଂସ୍ରତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁସୀମା ଟପିଗଲେ ମାନବବାଦ ସଂଗଠନର କର୍ମକର୍ତ୍ତା । ବାପ ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଲେ ଯାହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କରଡ଼ଗାଡ଼ିଆ ଅଞ୍ଚଳରେ। ଇଏ ସେଇ ମାନବବାଦ ସଂଗଠନ ଯିଏ ଗତ ୨ ତାରିଖ ରାତିରେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ତା ପୂର୍ବରୁ କଡବ ଗ୍ରାମର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଂଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଙ୍ଗଠନ କର୍ମକର୍ତାଙ୍କ ଭୟରେ ମାଗୁଣି ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବା କହିଛନ୍ତି ।

ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରଶାଦ ଶତପଥୀ କହିଛନ୍ତି ଭାଇରଲ ଭିଡ଼ିଓ ସମ୍ପର୍କରେ କୌଣକି ରିପୋର୍ଟ ଆମପାଖକୁ ଆସିନି । ତେବେ ଆମେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟପକ୍ଷରେ ଘଟଣାର ତଦନ୍ତ ନିମନ୍ତେ ଏସ୍ସି ରାଜକିଶୋର ଦୋରା ବେଗୁନିଆ ଥାନାଧିକାରୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ।

Leave A Reply

Your email address will not be published.