ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଙ୍ଗୁଛି ଆଫଗାନିସ୍ତାନ: କାନ୍ଦାହାର ପରେ ଆଉ ଏକ ଅଞ୍ଚଳ କବଜା କଲା ତାଲିବାନ

କାବୁଲ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନ ପରିସ୍ଥିତି। ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ସହର କବ୍‌ଜା କରିବାରେ ଲାଗିଛି ତାଲିବାନ୍ । ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ନିଜ କବ୍‌ଜାକୁ ନେବା ସହ ତାଲିବାନ ଏବେ ଲଶ୍କର ଗାକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେହିପରି ହେରାଟ ଏୟାରପୋର୍ଟକୁ ମଧ୍ୟ କବଜା କରିବାରେ ସଫଳ ହୋଇଛି ତାଲିବାନ। ସେଠାରୁ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କୁ ସ୍ଥାନାନ୍ତର କରିିବାକୁ ଅନୁମତି ଦେଇଛି ତାଲିବାନ୍ ।କାନ୍ଦାହାର ସମେତ ପ୍ରାୟ ଅଧିକାଂଶ ପ୍ରମୁଖ ସହର ଏବେ ତାଲିବାନ୍ କବ୍‌ଜାକୁ ଆସିଥିବା ବେଳେ କେବଳ ରାଜଧାନୀ କାବୁଲ ଏବଂ ଅନ୍ୟ କିଛି ଉପାନ୍ତ ଅଞ୍ଚଳ ହିଁ ବାକି ରହିଛି ।

ଦେଶର ପ୍ରାୟ ସବୁ ଅଞ୍ଚଳରେ ନିୟନ୍ତ୍ରଣ ହରାଇଛନ୍ତି ଆଫଗାନିସ୍ତାନ ସରକାର । ତାଲିବାନ ଗତ ୮ ଦିନରେ ଯେଉଁଭଳି ଗୋଟିଏ ପରେ ଗୋଟିଏ ସହର ଓ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ତାହା ଆଫଗାନ୍ ସରକାର ଏବଂ ଏହାର ଆମେରିକୀୟ ସମର୍ଥକଙ୍କୁ ସ୍ତବ୍ଧ କରିଦେଇଛି ।

ନିର୍ବାଚିତ ସରକାର ଦେଶ ଉପରୁ ନିଜର ଅସ୍ତିତ୍ୱ ହରାଇ ଚାଲିଛନ୍ତି। ଆଫଗାନିସ୍ତାନର ସୈନ୍ୟମାନେ ଆଉ ତାଲିବାନ ସହ ଯୁଦ୍ଧ କରିବାକୁ ସମର୍ଥ ହେଉ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ତାଲିବାନର ସଂଗଠିତ ଆକ୍ରମଣକୁ ଦେଖି ଆଫଗାନ ସେନା ଛତ୍ରଭଙ୍ଗ ଦେଉଛନ୍ତି।

ଅନେକ ସ୍ଥାନରେ ସୈନିକମାନେ ତାଲିବାନ ସହ ହାତ ମିଳାଇ ଆତଙ୍କବାଦୀ ହୋଇଯାଉଥିବା ନଜରକୁ ଆସିଛି। ଏପରି ମୁହୂର୍ତ୍ତରେ ଆଉ କାବୁଲ୍ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ କରିସାରିଲାଣି ଯୁକ୍ତରାଷ୍ଟ୍ର ଆମେରିକା। ଏପରି କ୍ଷେତ୍ରରେ ଆଫଗାନିସ୍ତାନରେ ଥିବା ଆମେରିକାର ସୈନିକ ଏବଂ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ଆମେରିକା ପାଇଁ ଏକ ଆହ୍ୱାନ ପାଲଟିଛି। ଏହି ମାସ ଶେଷ ସୁଦ୍ଧା ସୈନିକ ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ଆଫଗାନିସ୍ଥାନରେ ଥିବା ନିଜର ଦୂତାବାସରୁ କର୍ମଚାରୀ ଓ ସୈନିକଙ୍କୁ ପ୍ରତ୍ୟାହାର କରିବା ପାଇଁ ଆଜି ୪ ହଜାର ସୈନିକଙ୍କ ସମେତ ୩ ହଜାର ଜଳ ଜାହାଜ ପ୍ରେରଣ କରିଛି।

ସେନା ଦୁର୍ବଳ ହେବାରୁ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24 କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ। ତାଲିବାନ ଆତଙ୍କୀ MI-24 ଆଗରେ ଠିଆ ହୋଇ ଫଟୋ ସେୟାର କରିଛନ୍ତି । ୨୦୧୯ ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଗିଫ୍ଟ ଦେଇଥିଲା ।

Leave A Reply

Your email address will not be published.