ପୋଷ୍ଟ କୋଭିଡ୍ କମ୍ପ୍ଲିକେସି ଦେଖାଗଲେ ପରୀକ୍ଷା କରାଇ ନିଅନ୍ତୁ, ଆପଣଙ୍କ ପଛରେ ସରକାରୀ କଳ ଓ ସ୍ବାସ୍ଥ୍ୟ ବିଭାଗ ରହିଛି

ଭୁବନେଶ୍ବର: ପୋଷ୍ଟ କୋଭିଡ୍ କମ୍ପ୍ଲିକେସି ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । କୋଭିଡ୍ ପରେ ବହୁତ ରୋଗୀମାନଙ୍କ ନିକଟରେ ଦୁର୍ବଳତା, ଭୋକ ନ ହେବା, ବେଳେ ବେଳେ ଅଣନିଶ୍ବାସୀ ଲାଗିବା, ଚାଲିଲେ ଧାଇଁସଇଁ ହେବା ପରି ଲକ୍ଷଣ ରହୁଛି । କିଛି ଲକ୍ଷଣ ଫିଜିକାଲ ଓ କିଛି ସାଇକୋଲୋଜିକାଲ ଲକ୍ଷଣ ବି ରହୁଛି । ଯଦି କାହାର ଏମିତି ଲକ୍ଷଣ ଦେଖାଯାଉଛି ତେବେ ସେମାନେ ଡାକ୍ତରଖାନା ଆସନ୍ତୁ ଓ ନିଜକୁ ପରୀକ୍ଷା କରାଇ ନିଅନ୍ତୁ  ବୋଲି ଡିଏମଇଟି କହିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଲୋକମାନେ ମାନସିକ ସ୍ତରରେ ଆଶ୍ବସ୍ତ ରୁହନ୍ତୁ ଯେ ତାଙ୍କ ପଛରେ ସରକାରୀ କଳ ଓ ସ୍ବାସ୍ଥ୍ୟ ବିଭାଗ ରହିଛି । ସେମାନଙ୍କୁ ଆବଶ୍ୟକ ପଡ଼ିଲେ ଡ଼ାକ୍ତରୀ ଚିକିତ୍ସା ଦେବାରେ କୌଣସି ଅସୁବିଧା ନାହିଁ । ତେଣୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ସହ ପୁରୁଣା ଜୀବନଶୈଳୀକୁ ଫେରିବାକୁ ଲୋକମାନେ ଚେଷ୍ଟା କରନ୍ତୁ ବୋଲି ଡ଼ିଏମଇଟି କହିଛନ୍ତି।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications