ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ ହୋଇଛି। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଇଂଲଣ୍ଡ ୫ ୱିକେଟ ହରାଇ ବିଶ୍ୱକପ ଫାଇନାଲ ମ୍ୟାଚକୁ  ସହଜରେ ଜିତି ନେଇଛି। ଆଜି ଫାଇନାଲ୍‌ ମ୍ୟାଚରେ ପାକିସ୍ତାନ ଓ ଇଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।  ପାକିସ୍ତାନ ଇଂଲଣ୍ଡ ଆଗରେ ୧୩୮ ରନ୍‌ର ଟାର୍ଗେଟ ରଖିଥିଲା। ଇଂଲଣ୍ଡ ୫ ୱିକେଟ ହରାଇ ୧୯ ଓଭରରେ ମ୍ୟାଚକୁ ସହଜରେ ଜିତି ନେଇଛି।  ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍‌ କରିଥିଲା ।

ଇଂଲଣ୍ଡ ପକ୍ଷରୁ ଜସ୍ ବଟଲର ୧୭ ବଲରେ ୨୬ ରନ କରି ଆଉଟ ହୋଇଥିଲେ।  ଆଲେକ୍ସ ହେଲ୍ସ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ । ଫିଲ ସଲ୍ଟ  ୯ ବଲରେ ୧୦ ରନ କରି ଆଉଟ ହୋଇଥିବା ବେଳେ ହ୍ୟାରୀ ବ୍ରୁକ ୨୩ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବେନ୍ ଷ୍ଟୋକ୍ସ ଏକି ସାନଦାର ଇଂନିସ ଖେଳିଥିଲେ। ବେନ୍ ଷ୍ଟୋକ୍ସ ଫାଇନାଲ ମ୍ୟାଚରେ ଏକ ଅର୍ଦ୍ଧଶକୀୟ ଇଂନିସ ଖେଳିଥିଲେ।  ୪୯ ବଲରେ ୫୨ ରନ କରି ଅପରାଜିତ ରହିଥିବା ବେଳେ ମୋଇନ ଅଲି ୧୩  ବଲର ୧୯ ରନ କରି ଆଉଟ ହୋଇଥିଲେ

ପାକିସ୍ତାନ ପକ୍ଷରୁ ମଧ୍ୟ କଡା ବୋଲିଂ କରାଯାଇଥିଲା। ହ୍ୟାରିସ୍ ରୌଫ ସର୍ବାଧିକ  ୨ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ, ମହମ୍ମଦ ଓ୍ବାସିମ  ଓ ସହିନ୍ ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.