ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଫୁଡ୍‌ ପଏଜନିଂର ଲକ୍ଷଣ ଓ କିପରି କରିବେ ଉପଚାର

ଖରା ଓ ବର୍ଷାର ଏହି ମିଶ୍ରିତ ପରିବେଶ ଯୋଗୁଁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ ସମସ୍ୟା ଦେଖାଯାଏ। ସେସବୁ ସମସ୍ୟା ମଧ୍ୟରୁ ଫୁଡ୍‌ ପଏଜନିଂ ଅନ୍ୟତମ। ଫୁଡ୍‌ ପଏଜନିଂ ହେଲେ ଖାଦ୍ୟ ଖାଇବାର ୨-୩ ଘଣ୍ଟା ଭିତରେ ମୁଣ୍ଡବୁଲାଇ ବାନ୍ତି ହୋଇଥାଏ। ତେବେ ଏଭଳି ସମସ୍ୟାକୁ ଦୂର କରିବାକୁ କେତେକ ସତର୍କତା ଅବଲମ୍ବନ କରିବା ଉଚିତ।

-ବାସିଖାଦ୍ୟ ଖାଆନ୍ତୁ ନାହିଁ‌

-ରାନ୍ଧିବା ଓ ଖାଇବା ସମୟରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।

ଥଣ୍ଡା ହୋଇଯାଇଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

-ବାହାରେ ଖାଉଥିଲେ, ଦେଖନ୍ତୁ ଯେ ଖାଦ୍ୟ ଗରମ ଏବଂ ଢ଼ାଙ୍କି ହୋଇ ରହିଛି କି ନାହିଁ।

-ବର୍ଷାଦିନରେ ପାଉଁରୁଟି ଓ କେକ୍ ଖାଇବା ପୂର୍ବରୁ ତା’ର ପ୍ରସ୍ତୁତ ତାରିଖକୁ ପରଖି ନିଅନ୍ତୁ। କାରଣ ଅଧିକ ଦିନ ରହିବା ଦ୍ବାରା ସେଥିରେ ଫିମ୍ପି ମାରିଯିବାର ସମ୍ଭାବନା ଥାଏ।

-ଖାଇବା ପୂର୍ବରୁ ହାତକୁ ସାବୁନ୍‌ରେ ଧୋଇ ସଫା କପଡ଼ାରେ ଭଲ ଭାବେ ପୋଛି ଦିଅନ୍ତୁ।
ମାଛ, ମାଂସ ଭଳି ଗରିଷ୍ଠ ଖାଦ୍ୟ କମ୍ ପରିମାଣରେ ଖାଆନ୍ତୁ।

-ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।

-ବର୍ଷାଦିନରେ ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ।

-ବର୍ଷାଦିନରେ ଶୋଷ ଲାଗିନଥାଏ। ତଥାପି ଅଧିକ ପାଣି ପିଅନ୍ତୁ।

Leave A Reply

Your email address will not be published.