ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩ ଜଣ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ତିନି ଜଣ ଯୁବକଙ୍କ ଗତକାଲି ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା  ମିଳି ପାରିନାହିଁ । କୌଣସି ଏକ ଟ୍ରେନ ଧକ୍କାରେ ଯୁବକ ମାନଙ୍କ ମୃତ୍ୟୁ ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଥାନାରେ କିମ୍ବା କୌଣସି ରେଳ ଷ୍ଟେସନରେ ଏନେଇ  କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯୁବକ ମାନଙ୍କ ଶବ ସତ୍କାର ହୋଇଥିବା ମଧ୍ୟ ଜଣାପଡିଛି ।

ଖୁଣ୍ଟପାଲି ଗାଁର ଗଗନ ସେଠ(୧୮), ଆଦିତ୍ଯ  ବିଶ୍ବାଳ(୧୭) ଓ ହେମନ୍ତ ସେଠ(୧୭)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାତି ପ୍ରାୟ ୯ଟାରେ ଟ୍ରେନ ଧାରଣା  ଉପରେ ଛିଡା ହୋଇଥିବା ବେଳେ ବରଗଡ ପଟୁ ଏକ ମାଲବାହୀ ଟ୍ରେନ ଏବଂ ବିପରୀତ ଦିଗରୁ ଏକ ଏକ୍ସପ୍ରେସ୍ ଆସିଯିବାରୁ ତତକ୍ଷଣାତ୍ ଏମାନେ ଧାରଣା ଛାଡି ଯାଇପାରି ନ ଥିବା ସନ୍ଦେହ କରାଯାଉଛି । ତେବେ କଣ ପାଇଁ ରାତିରେ ଏମାନେ  ରେଳ ଧାରଣା ଉପରେ ଛିଡା ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.