ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ଋଷିୟ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ଆବଶ୍ୟକ ପଡ଼ିଲେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ -ଡିଜିପି

ରାୟଗଡ଼ା : ରହସ୍ୟ ଘେରରେ ଦୁଇ ରୁଷୀୟ ପର୍ଯ୍ଯଟକଙ୍କ ମୃତ୍ୟୁ ରହିଥିବା ବେଳେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ ପର୍ଯ୍ଯଟକ ଭୁବନେଶ୍ବର ଚାଲିଆସିଛନ୍ତି । ସେମାନେ ହେଲେ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ । ପୁଲିସ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ରାୟଗଡ଼ା ସୀମା ପାର କରାଇଛି । ଘଟଣାସ୍ଥଳରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ଭ୍ଲାଦିମର ବିଦାନୋଭ ଓ ୨୪ ତାରିଖରେ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟିଥିଲା । ରାୟଗଡ଼ା ଟାଉନର ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଠାରେ ଏହି ଦୁଇ ଜଣଙ୍କର ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି। ମୃତ ଆଣ୍ଟୋଭ ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି । ଏଭଳିକି ତାଙ୍କର ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ ମୁହଁ ବନ୍ଦ ରଖିଛନ୍ତି । ଫଳରେ ଦୁଇ ପର୍ଯ୍ଯଟକଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛି ପୁଲିସ। ଦୁଇ ମୃତକଙ୍କୁ ଅନ୍ୟ କେହି ଭେଟି ନ ଥିଲେ। ସେମାନଙ୍କ ଭାଷା କେହି ଜାଣନ୍ତିନି ବୋଲି ସଫେଇ ଦେଇଛନ୍ତି ହୋଟେଲ ମ୍ୟାନେଜର । ସେହିପରି ଭୁବନେଶ୍ବର ପଳାଇଥିବା ତୁରୋଭ ମିଖାଇଲ ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି ।

ଏହି ଘଟଣାରେ ପୁଲିସ ଡିଜି ସୁନୀଲ ବଂଶଲ ନଜ ପ୍ରତିକ୍ରିୟା କହିଛନ୍ତି ଯେ,  ୪ ଜଣ ଋଷିୟ ପର୍ଯ୍ୟଟକ ଓଡିଶା ଆସିଥିଲେ । ରାୟଗଡ଼ାରେ ରହିବା ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ କାରଣ ଏଯାଏଁ ଅସ୍ପଷ୍ଟ ରହିଛି।  ଫାଇନାଲ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି  । ମୃତ୍ୟୁର ଦୁଇଦିନ ପରେ ଅର୍ଥାତ ୨୪ ଡିସେମ୍ବରରେ ଆଉ ଜଣେ ଋଷିୟ ବନ୍ଧୁ ଆତ୍ମହତ୍ୟା କରିଛନ୍ତି । ତେବେ ଦୁଇ ଦିନ ବ୍ୟବଧାନରେ ଦୁଇ ଜଣଙ୍କ ମୃତ୍ୟୁ ସନ୍ଦେହ ବଢାଇଛି ।  ତଦନ୍ତରେ ସହଯୋଗ ପାଇଁ ସିଆଇଡିକୁ କୁହାଯାଇଛି ।  ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ପାସପୋର୍ଟକୁ ନେଇ ଛାନଭିନ ଜାରି ରହିଛି ।  ବିଦେଶୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ସିଆଇଡିକୁ ସାମିଲ କରାଯାଇଛି ।  ୪ ଜଣଙ୍କ ମଧ୍ୟରୁ ବାକି ଦୁଇ ଜଣ ଏବେ କେଉଁଠି ଅଛନ୍ତି ତାହା ଜଣାପଡିନି । ଓଡିଶା ପିଲିସ ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇଛି।

Leave A Reply

Your email address will not be published.