ଭିମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏମବିବିଏସ ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା।

ପୁଲିସର ଉପସ୍ଥିତିରେ ଡାକ୍ତରୀ ଛାତ୍ରୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମୃତ ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଲେ ବଲାଙ୍ଗୀର ତାଲପାଲିପଡ଼ାରେ ରହୁଥିବା ସମାରୁ ନନ୍ଦଙ୍କ ଝିଅ ବୋଲି ଜଣାପଡ଼ିଛି। ଏନେଇ ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡିନ୍ ଡାକ୍ତର ସବିତା ମହାପାତ୍ର କହିଛନ୍ତି ଯେ ଏହା ଏକ ସନ୍ଦେହଜନକ ମୃତ୍ୟୁ। ତେବେ ନିରୁପମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ।

Leave a comment