ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା (15) । ସେ କସ୍ତୁରଵା ଗାନ୍ଧୀ ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ରାତିରେ ଖାଇବା ପରେ ଶୋଇବାକୁ ଯାଇଥିଲେ । ମାତ୍ର ପ୍ରାତଃ 4.30 ମିନିଟରେ ହଠାତ ସେ ଅସୁସ୍ଥତା ଅନୁଭବ କରିବା ସହ ବାନ୍ତି କରିଥିଲେ । ବିଦ୍ୟାଳୟରେ ଦାୟିତ୍ୱରେ ଥିବା ୱାର୍ଡନ ତାଙ୍କୁ ମେଡ଼ିସିନ ଦେଇଥିଲେ କିନ୍ତୁ ଛାତ୍ରୀଙ୍କର ଅସୁସ୍ଥତାରେ କୌଣସି ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସକାଳ 6.30ରେ ଛତ୍ରପୁର ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.