ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରାବାସରୁ ଛାତ୍ରଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ କଳା ବିଭାଗ ଚତୁର୍ଥ ସେମିଷ୍ଟାରର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ କୁନାଲ ମଲିକ। ଆଜି ରାଧାକ୍ରିଷ୍ଣନ ହଷ୍ଟେଲ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାକରୁ ଫେଣ ବାହାରୁଥିବା ବେଳେ ପିଠି ସାରା ଲାଲ ଦାଗ ଚିହ୍ନ ରହିଥିଲା।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଛାତ୍ର ଜଣକ ହଷ୍ଟେଲ କ୍ୟାଣ୍ଟିନକୁ ଖାଇବାକୁ ନ ଆସିବାରୁ ହଷ୍ଟେଲ ରୁମ୍ ମେଟ୍ ପହଞ୍ଚି ଦେଖନ୍ତି ସେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରେ ଏନେଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସକୁ ଜଣାଇଥିଲେ। ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜି ମେଡିକାଲ ପଠାଇଛି। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବା ନିମେନ୍ତ ମୃତକଙ୍କ ରୁମ୍ ମେଟ୍‌ମାନଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି।

Leave A Reply

Your email address will not be published.