ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ଏସସିବିରେ ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ

କଟକ: କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ ।  ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା ଜଣାପଡିଛି । ଏ ନେଇ କଟକ ବଡ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ତାଙ୍କୁ ଏସସିବି ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସଂପୃକ୍ତ ମହିଳା ରୋଗୀଙ୍କୁ ଏସସିବିର ଆଖି, ଇଏନଟି ଓ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ଚିକିତ୍ସା କରୁଛନ୍ତି। ଆଜି ଏହି ରୋଗୀଙ୍କ ଚିକିତ୍ସା ନେଇ ଉଚ୍ଚସ୍ତରୀୟ ଆଲୋଚନା କରାଯିବ । ଏହାସହ ଏସସିବି ବ୍ଲାକ ଫଙ୍ଗସ ଟିମ୍ ତିଆରି ନେଇ ଚୂଡାନ୍ତ ହୋଇଛି।

Leave A Reply

Your email address will not be published.