ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ହେଲେ ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ : ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରାଙ୍କୁ ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି। ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ (ମୁଖ୍ୟ ନିର୍ବାଚନ ଆୟୁକ୍ତ) ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହିଛି। ନିର୍ବାଚନ ଆୟୋଗର ସବୁଠୁ ଉଚ୍ଚ ପଦବୀ ସିଇସି ପାଇଁ ସୁଶୀଲ ଚନ୍ଦ୍ରାଙ୍କ ନାମକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏହାପରେ ତାଙ୍କୁ ସିଇସି ଭାବେ ନିଯୁକ୍ତ କରାଯିବା ନେଇ କେନ୍ଦ୍ର ସରକାର ଆଦେଶ ଜାରି କରିଛନ୍ତି।
Sushil Chandra appointed as the Chief Election Commissioner with effect from 13th April, a day after incumbent CEC Sunil Arora demits office. pic.twitter.com/51V9UPV01I
— ANI (@ANI) April 12, 2021
ସୂଚନାଯୋଗ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୯ ଫେବୃୟାରୀ ୧୪ରେ ସୁଶୀଲ ଚନ୍ଦ୍ରାଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା। ଆସନ୍ତା ୧୩ ତାରିଖରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅବସର ଗ୍ରହଣ କରୁଥିବାରୁ ସୁଶୀଲ ଏହି ଦିନ ସିଇସି ପଦବୀ ଗ୍ରହଣ କରିବେ। ଆସନ୍ତା ୨୦୨୨ ମେ ୧୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ନିର୍ବାଚନ ଆୟୋଗକୁ ଆସିବା ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ଥିଲେ।