ପ୍ରବାସୀ ଶ୍ରମିକରୁ ସଫଳ ଚାଷୀ ସୁଶାନ୍ତ: ବାର୍ଷିକ ରୋଜଗାର ୨ ଲକ୍ଷରୁ ଅଧିକ

ବାଙ୍ଗିରିପୋଷି: କୃଷିରେ ଲାଭ ମିଳୁ ନ ଥିବା କହି ଗ୍ରାମ ଅଞ୍ଚଳରୁ ପ୍ରତିଦିନ ଶହ ଶହ ଲୋକ ଦାଦନ ଯାଉଛନ୍ତି । ଦାଦନ ଖଟିବାକୁ ଯାଇ ନିର୍ଯାତିତ ହେବା ଘଟଣା ବି କମ ନୁହେଁ। ଏପରି କି ପେଟ ପାଇଁ ଦାଦନ ଯାଉଥିବା କିଛି ଶ୍ରମିକ ଅଖି ବୁଜି ଦେଇଛନ୍ତି ସିନା ହେଲେ ନିଜ ଭିଟା ମାଟିକୁ ଫେରି ପାରୁ ନାହାନ୍ତି । କରୋନା ମହାମାରୀ ଯୋଗୁଁ ଦେଶରେ ଲକଡାଉନ ଘୋଷଣା ହେବା ପରେ ଅନେକ ଶ୍ରମିକ ନିଜ ନିଜ ଘରକୁ ଫେରି ଆସିଛନ୍ତି । କିନ୍ତୁ ସେମାନଙ୍କ ପାଖରେ କୌଣସି କାମ ନାହିଁ । ଦିନେ ପରିବାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକ ଆଜି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ସେ ହେଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ଗୋଲାମୁଣ୍ଢାକଟା ପଞ୍ଝାୟତ ନିବାସି ସୁଶାନ୍ତ କୁମାର ନାଏକ (୩୨) । ଜୁନା ଗାଁରେ ସେ ହେଉଛନ୍ତି ସ୍ଥାୟୀ ବାସୀନ୍ଦା । ୩୨ ବର୍ଷ ବୟସରେ ପାଦ ଥାପିଥିବା ସୁଶାନ୍ତ ଆଜି ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି ।

ପୈତୃିକ ସମ୍ପତ୍ତି ହିସାବରେ ତାଙ୍କ ବାପା ଧାନ ଚାଷ କରି ଆସୁଥିଲେ । ଏଥିରୁ ମାତ୍ର ୨/୩ ମାସର ରୋଜଗାର ମିଳୁଥିବା ବେଳେ ମଜୁରୀ କାମ ସହ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି କଷ୍ଟେ ମଷ୍ଟେ ପରିବାର ଚଳାଉଥିଲେ । ଅର୍ଥର ଅଭାବ ଯୋଗୁଁ ସୁଶାନ୍ତ ଦଶମ ଶ୍ରେଣୀରୁ ପାଠ ଛାଡିବା ବାଧ୍ୟ ହୋଇଥିଲେ । ଗ୍ରାମ୍ୟରେ ଅନ୍ୟ କୌଣସି ଆୟର ପନ୍ଥା  ନଥିବାରୁ ସୁଶାନ୍ତ ବାଧ୍ୟ ହେଲେ ସେ ଅନ୍ୟଲୋକଙ୍କ ସାଙ୍ଗରେ କାମ ଅନେଶ୍ୱଣରେ କଲିକତାକୁ ଯାଇଥିଲେ । ସେଠାରେ ଏକ କମ୍ପାନୀରେ ମାଳି ଭାବେ କାମ ମିଳିଥିଲା । ସ୍ୱାଭିମାନ ଯୁକ୍ତ ରୋଜଗାର ପନ୍ଥା ଏବଂ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ସୁଶାନ୍ତଙ୍କ ସ୍ୱପ୍ନ ଥିଲା । ଅନେକ ଦିନ ବାହାରେ ରହିବା ପରେ ପୁଣି ନିଜ ଭିଟା ମାଟିକୁ ଫେରିଆସିଥିଲେ ।

୨୦୨୦ ମସିହାରେ କରୋନା ସମୟରେ କମ୍ପାନୀ ବନ୍ଦ ହେବା ଫଳରେ ଗ୍ରାମକୁ ଫେରି ଚାଷ କରିବା ନିମନ୍ତେ ସାଙ୍ଗ ସାଥି ପାଖରୁ ପରାମର୍ଶ ନେଉଥିଲେ । ସୁଶାନ୍ତ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ନିଜର କିଛି ଯାଗାରେ ଆରମ୍ଭ କରିଥିଲେ ପନିପରିବା ବଗିଚା । ଆରମ୍ଭ ହେଲା ତାର ଜୀବନ ଜୀବିକାର ନୂଆ ସଂଘର୍ଷ । ଅନ୍ୟ ଲୋକଙ୍କର ଜମିକୁ ସଞ୍ଜାରେ ଆଣି ଜମିରେ ରବି ଓ ଖରିପ ଏବଂ ଗ୍ରୀଷ୍ମକାଳିନ ଅନ୍ତଚାଷ ଭାବେ ପନି ପରିବା ଚାଷ କରୁଛନ୍ତି ।

ସେ ମୁଖ୍ୟତଃ ପୋଟଳ, ଲଙ୍କା, ବାଇଗଣ, କଲରା, ଭେଣ୍ଡୀ, ବିଲାତି, ମୂଳା, ଶାଗ, ଝୁଡଙ୍ଗ, କୋବି ଚାଷ କରିଛନ୍ତି । କମ୍ପାନୀରେ ମାସକୁ ୭ ହଜାର ଟଙ୍କା ପାଉଥିବା ବେଳେ ବାର୍ଷିକ ୮୪ ହଜାର ଟଙ୍କା ମିଳିଥାଏ । ଏହି ପନି ପରିବା ଚାଷରୁ ବାର୍ଷିକ ୨ ଲକ୍ଷରୁ ଅଧିକ ରୋଜଗାର କରି ପାରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କୁ ଅନୁସରଣ କରି ଗ୍ରାମର ଆହୁରୀ ୧୫ ଜଣ ଚାଷୀ ପନି ପରିବା ଚାଷ ଆରମ୍ଭ କରିଛନ୍ତି । ପ୍ରବାସୀ ଶ୍ରମିକରୁ ଅଞ୍ଚଳର ଏକ ସଫଳ ଛାଷୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ସୁଶାନ୍ତ । ସୁଶାନ୍ତଙ୍କ ସ୍ତ୍ରୀ ନେତ୍ରମଣି କୁହନ୍ତି ସ୍ୱାମୀ କମ୍ପନୀରେ ଚାକିରି କରିଥିବା ସମୟରେ ଆମେ ବହୁ କଷ୍ଟରେ ଥିଲୁ ଗୋଟି ଓଳି ଖାଇଲେ ଅନ୍ୟ ଓଳିଟି ଉପାସରେ ରହୁଥିଲୁ କିନ୍ତୁ ଚାଷ ବାସ କରିବା ଦିନରୁ ଆମେ ଭଲଭାବରେ ଚଳୁଛୁ ଅନ୍ୟକୁ ମଧ୍ୟ କିଛି ସାହାଯ୍ଯ କରି ପାରୁଛୁ ଏବଂ ଛୁଆକୁ ଭଲ ସ୍କୁଲରେ ପାଠ ପଢାପାରୁଛୁ । ଆଜି ପର୍ଯ୍ଯନ୍ତେ କୌଣସି ସରକାରୀ କୃଷି ବିଭାଗର କର୍ମଚାରୀ ତାଙ୍କ ପାଖକୁ ଆସିବାର ଦେଖି ନାହାନ୍ତି ବୋଲି ଦୁଃଖରେ କହିଛନ୍ତି ସୁଶାନ୍ତ। ଯଦି ସରକାରୀ କର୍ମଚାରୀ ଆସି ଉନ୍ନତ ମାନର କୃଷି କୌଶଳ ବୁଝାନ୍ତେ ତାହାଲେ ଆହୁରୀ ଭଲ ଚାଷ କରି ପାରନ୍ତେ ବୋଲି ପୂର୍ବତନ ସରପଞ୍ଚ ପିତାମ୍ବର ନାଏକ ପ୍ରକାଶ କରିଛନ୍ତି ।

Leave a comment