ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୋର ଧରିଲା ବିଧାନ ପରିଷଦ ବିବାଦ: କେନ୍ଦ୍ରକୁ ୨ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର

ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ସମ୍ପର୍କରେ କେନ୍ଦ୍ରକୁ ୨ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର । ୨୦୧୮ରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ବିଧାନ ପରିଷଦ ସଂକଳ୍ପ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ମନ୍ତ୍ରୀଙ୍କୁ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ ଦେଇଛି, ସେକଥା ଚିଠିରେ ଉଲ୍ଲେଖ କରିବେ ବାଚସ୍ପତି । ଏନେଇ ତଦନ୍ତ ପାଇଁ ବାଚସ୍ପତି ଚିଠି ଲେଖିବେ । ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ ପ୍ରସ୍ତାବ ଆସିନଥିବା ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ଯଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜଜୁ କହିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଏହି ବୟାନ ପରେ ଏହା ଦୁଃଖ ଓ ଆଶ୍ଚର୍ଯ୍ଯର ବିଷୟ ବୋଲି ବାଚସ୍ପତି କହିଥିଲେ ।

୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଥିଲା । ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ଏନେଇ ଚିଠି ପଠାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି । ପୁଣିଥରେ ୨ଟି ଚିଠି ଲେଖି ସମସ୍ତ କଥା ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର କହିଛନ୍ତି ।

Leave A Reply

Your email address will not be published.