ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର ରାଉତରାୟ, କହିଲେ ବିବାଦ ଥିଲେ ମନ୍ତବ୍ୟ ଫେରାଇ ନେଉଛି

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୋଟିସର ଜବାବ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ। କଂଗ୍ରେସ ଭବନକୁ ଆସି ସେ ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି। ଏହି ଅବସରରେ ସୁର ରାଉତରାୟ କହିଛନ୍ତି ନିଜେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ ପ୍ରମୁଖ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ମୋ ବେଳକୁ କାହିଁକି ନୋଟିସ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ନୋଟିସର ଉତ୍ତର ଦେଇଛି, ଯାହା ପଦକ୍ଷେପ ନେଲେ କିଛି ପରଓ୍ୱା ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦିନକୁ ୧୮ ଘଣ୍ଟା କଂଗ୍ରେସ ଦଳ ପାଇଁ ପରିଶ୍ରମ କରୁଛି । ତେଣୁ ଏ ନୋଟିସକୁ ଖାତିର ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ। ସେହିପରି କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ ।

ସୂଚନା ଅନୁସାରେ କଂଗ୍ରେସ ଦଳର ସଭାପତି କିଏ ହେବ ତାହା ନବୀନ ବାବୁ ନିଷ୍ପତ୍ତି ନିଅନ୍ତି ବୋଲି ସୁରେଶ ନିକଟରେ ଗଣମାଧ୍ୟମରେ ବୟାନ ରଖିଥିଲେ। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁରଙ୍କୁ ନୋଟିସ ପଠାଇଥିଲେ। ସୁର ରାଉତରାୟଙ୍କ ଏଭଳି ମନ୍ତବ୍ୟ ପାଇଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି ଓ ଦଳ ସମାଲୋଚିତ ହେଉଛି । ବରିଷ୍ଠ ନେତା ହୋଇ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ, ସେନେଇ ସ୍ପଷ୍ଟୀକରଣ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁରେଶ ରାଉତରାୟଙ୍କୁ ନୋଟିସ୍ କରିଥିଲେ ।

Leave A Reply

Your email address will not be published.