ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୋମଗାର୍ଡଙ୍କ ପାଇଁ ଖୁସି ଖବର; ବଢ଼ିବ ଦୈନିକ ପାରିଶ୍ରମିକ, ୫୩୩ ଟଙ୍କାକୁ ବୃଦ୍ଧି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

କଟକ:ବେତନ ବୃଦ୍ଧି ଓ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ହୋମଗାର୍ଡଙ୍କୁ ୨୦୧୮ ଜୁନ୍‌‌ ପହିଲାରୁ ପିଛିଲା ଭାବେ ଦୈନିକ ୫୩୩ ଟଙ୍କା ପାରିଶ୍ରମିକ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ସମସ୍ତ ବକେୟା ସେମାନଙ୍କୁ ପ୍ରଦାନ କରାଯିବାକୁ ମଧ୍ୟ ଅଦାଲତ କହିଛନ୍ତି। ପ୍ରକାଶ ଚନ୍ଦ୍ର ଜେନା ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌‌ ଏମ୍‌‌.ଆର୍‌‌ ଶାହା ଓ ଏମ୍‌‌.ଏମ୍‌‌ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅନ୍ୟପଟରେ ସାଧାରଣ ପୁଲିସ କର୍ମଚାରୀଙ୍କ ନିୟମିତ ପାରିଶ୍ରମିକ ବୃଦ୍ଧି ଭଳି ହୋମଗାର୍ଡଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ ଲାଗୁ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି।

ରାଜ୍ୟରେ କେତେକ କାର୍ଯ୍ୟରତ ହୋମଗାର୍ଡମାନେ ସେମାନଙ୍କ ପାରିଶ୍ରମିକ ବୃଦ୍ଧି ପ୍ରସଂଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହୋମଗାର୍ଡ ୱେଲ୍‌‌ଫେୟାର ଆସୋସିଏସନ ବନାମ ହିମାଚଳ ପ୍ରଦେଶ ସରକାର ମାମଲାରେ ଥିବା ରାୟ ଅନୁସାରେ ଅଗ୍ନିଶମ ଡିଜିଙ୍କ ସୁପାରିସକୁ ୨୦୧୬ ନଭେମ୍ବର ୧୦ରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ହୋମଗାର୍ଡମାନଙ୍କୁ ୨୦୨୦ ଜାନୁଆରୀରୁ ଦୈନିକ ୫୦୦ ଟଙ୍କା ଲେଖାଏଁ ପ୍ରୋଭିଜନାଲ ପାରିଶ୍ରମିକ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ବିରୋଧରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠରେ ଅପିଲ କରିଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ ନ କରି ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୫୩୩ ଟଙ୍କାରେ ସୀମିତ ରଖି ଏହାକୁ ୨୦୧୬ ନଭେମ୍ବର ୧୦ ପରିବର୍ତ୍ତେ ୨୦୨୦ ଜାନୁଆରୀରୁ ଲାଗୁ କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଉଭୟ ସରକାର ଓ ଆବେଦନକାରୀ ହୋମଗାର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ କମିଶନରେଟ୍‌‌ ପୁଲିସ ଗୃହରକ୍ଷୀ ସମାଜ କଲ୍ୟାଣ ସଂଘ ସ୍ୱାଗତ କରିଛି। ସଂଘର ସଭାପତି ଶରତ ଚନ୍ଦ୍ର ମିଶ୍ର, ସମ୍ପାଦକ ହୃଦାନନ୍ଦ ସାହୁ, ଭଜମନ ମହାନ୍ତି, ନିଖିଳ ଓଡ଼ିଶା ଗୃହରକ୍ଷୀ ମହାସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଏହାକୁ ନେଇ ଆନନ୍ଦପ୍ରକାଶ କରିଛନ୍ତି।

Leave A Reply

Your email address will not be published.