ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ଆକୁଳ ନିବେଦନ

ଭୁବନେଶ୍ବର: ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ସଙ୍ଘର୍ଷ । ସରିସରି ଯାଉଛି ପାଖରେ ଥିବା ସମ୍ବଳ। ଦୈନିକ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ପୁଅ। ପ୍ରତି ଦିନ ଦରକାର ପଡୁଛି ୧୫ ରୁ ୨୦ ହଜାର ଟଙ୍କା। ଖର୍ଚ୍ଚ ହୋଇ ସାରିଲାଣି ୧୫ ଲକ୍ଷରୁ ଉର୍ଦ୍ଧ୍ବ। ତଥାପି ହାର ମାନି ନାହାନ୍ତି ପୁଅ ସତ୍ଯଜିତ ସାହୁ।  ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଜାରି ରଖିଛନ୍ତି ସମସ୍ତ ପ୍ରକାର ଉଦ୍ଯମ । ବାପା ରାମ ଚନ୍ଦ୍ର ସାହୁ ( ୬୦ )ଙ୍କୁ ବଞ୍ଚାଇବା ପାଇଁ ମିଳାପ ଆପ ସହଯୋଗର ହାତ ବଢାଇଛି। ଏହି ଆପ ମାଧ୍ଯମରେ ବଦାନ୍ଯ ବ୍ଯକ୍ତିମାନେ ସହାୟତାର ହାତ ବଢାଇବା ଆରମ୍ଭ କରିଛନ୍ତି। ବାପା ରାମ ଚନ୍ଦ୍ର ସାହୁ ୫୦ରୁ  ଅଧିକ ଦିନ ହେଲାଣି ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। 

https://milaap.org/fundraisers/support-ramachandra-sahoo?utm_source=whatsapp&utm_medium=thank_you&mlp_referrer_id=5705516

ସୂଚନା ଅନୁଯାୟୀ, ରାମ ଚନ୍ଦ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅନ୍ତର୍ଗତ ଘରଭଞ୍ଜା କୋଲ୍ହା ଗର ଗାଁରେ। ସେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ବ୍ଲକ ଗ୍ରାଣ୍ଟ ସ୍କୁଲରେ କାର୍ଯ୍ଯରତ ଥିଲେ। ପୁଅ ବିଜେବି କଲେଜରେ ସମ୍ବାଦିକ ପାଠ ପଢ଼ା ସାରି ଗତ କିଛି ମାସ ହେବ ଏକ ଗଣମାଧ୍ଯମର ଡିଜିଟାଲରେ କାର୍ଯ୍ଯ କରୁଥିଲେ । ହେଲେ ଏକ ଆକଶ୍ମିକ ଦୁର୍ଘଟଣା ତାଙ୍କ ପରିବାରର ମେରୁଦଣ୍ଡ ଦୋହୋଲାଇ ଦେଇଛି। ହସଖୁସିର ପରିବାରରେ ଯେମିତି କଳାବାଦଲ ଘୋଟିଯାଇଛି।

Ramachandra Sahoo

ଖବର ଅନୁଯାୟୀ, ରାମ ଚନ୍ଦ୍ର ଗତ ଏପ୍ରିଲ ୨୨ ତାରିଖରେ ରାଜକନିକାରୁ ଚାନ୍ଦବାଲି ଯିବା ସମୟରେ ଓସ୍ତିଆ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଫଳରେ ରାମ ଚନ୍ଦ୍ରଙ୍କ ଅଣ୍ଟା, ଛାତି ହାଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୀର୍ଘ ୫୦ରୁ  ଅଧିକ ଦିନ ହେବ ଆଇସିୟୁରେ ଚିକିତ୍ସିତ ହେବା ଯୋଗୁଁ ପୁଅ ସତ୍ଯଜିତଙ୍କ ପାଖରୁ ପ୍ରାୟ ସମସ୍ତ ଅର୍ଥ ଶେଷ ହୋଇ ସାରିଲାଣି।

ମୁଣ୍ଡରେ ଆଘାତ ଲାଗିବା ହେତୁ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ଯଙ୍ଗ କାମ କରିବା ବନ୍ଦ କରିଦେଇଛି। ଏଥିପାଇଁ  କ୍ରିଟିକାଲ ସର୍ଜରୀର ଆବଶ୍ଯକତା ଅଛି ବୋଲି ଡାକ୍ତର କହିଛନ୍ତି। ଯେଉଁଥିପାଇଁ ବହୁତ ଅର୍ଥ ଦରକାର ପଡୁଛି। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ଆର୍ଥିକ ସହାୟତା ଲୋଡିଛନ୍ତି। ତେଣୁ ସେ ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, କିଛି କିଛି ସହାୟତା କଲେ ବାପାଙ୍କ ଜୀବନ ବଞ୍ଚିପାରିବ।

ସତ୍ଯଜିତ ସାହୁ ( ପୁଅ )- 7978515397

ସହଯୋଗର ହାତ ବଢେଇବା ପାଇଁ  ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ କରିପାରିବେ-

http://m-lp.co/ramachad

Leave A Reply

Your email address will not be published.