ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପର୍‌ ବୟ, ୧୦ ବର୍ଷ ବୟସରେ ଉଠାଉଛନ୍ତି ୧୧୫ କେଜି ଭାର

ସାମ୍ପ୍ରତିକ ସ୍ଥିତିରେ ପ୍ରତିଭାବାନ୍‌ ଶିଶୁଙ୍କର ଅଭାବ ନାହିଁ। ବେଶ୍‌ ସ୍ବଳ୍ପ ବୟସରେ ଏଭଳି ବିଚକ୍ଷଣ ଶିଶୁମାନେ ନିଜ ପ୍ରତିଭା ବଳରେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ ସହ ବଡ଼ ବଡ଼ ରେକର୍ଡ ବୁକ୍‌ର ଅଧିକାରୀ ହେଉଛନ୍ତି। ଏହିକ୍ରମରେ ବ୍ରିଟେନ୍‌ର ୧୦ବର୍ଷର ବାଳକ ରୋବନ ଓ ମେଲି ୧୧୫ କିଲୋ ଓଜନର ଭାର ଉଠାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଘରର ସୋଫାକୁ ନିଜ ଭଉଣୀ ସହିତ ମିଶି ସେ ଉଠାଇ ଦିଅନ୍ତି। । ଏଥିପାଇଁ ତାଙ୍କୁ ସଂଯୁକ୍ତ ରାଷ୍ଟ୍ରର ସବୁଠୁ ଶକ୍ତିଶାଳୀ ସ୍କୁଲ ଛାତ୍ରର ଆଖ୍ୟା ଦିଆଯାଇଛି। ରୋବନଙ୍କ ଓଜନ ମାତ୍ର ୫୪ କେଜି; କିନ୍ତୁ ନିଜ ଓଜନ ଅପେକ୍ଷା ସେ ଦୁଇଗୁଣା ଅର୍ଥାତ୍‌ ୧୧୫ କିଲୋ ଓଜନର ଜିନିଷକୁ ଅତି ସହଜରେ ଉଠାଇ ପାରନ୍ତି।

ବର୍ତ୍ତମାନ ସୁଦ୍ଧା ରୋବନ ୪୦ରୁ ଅଧିକ ବିଦ୍ୟାଳୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି। ତାଙ୍କର ପ୍ରତିଭା ଦେଖୀ ସ୍ଥାନୀୟ ପ୍ରଶାସନ ତାଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାକୁ ପଠାଇବାକୁ ପ୍ରସ୍ତୁତ କରୁଛନ୍ତି। ତେବେ ଭବିଷ୍ୟତରେ ବିଶ୍ବର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେବାକୁ ଇଚ୍ଛା ରଖୀଛନ୍ତି ରୋବନ୍‌। ତେଣୁ ସେ ନିଜର ଅଧିକାଂଶ ସମୟ ବିତାନ୍ତି ଜିମ୍‌ରେ। ଏନେଇ ରୋବନଙ୍କ ପିତା କୁହନ୍ତି, ତା’ ବୟସର ପିଲାମାନେ ଖେଳକୁଦ କରିବାକୁ ପସନ୍ଦ କରୁଥିବାବେଳେ ସେ ଜିମ୍‌ରେ ପରିଶ୍ରମ କରିବାକୁ ଗୁରୁତ୍ବ ଦେଉଛି। ତାଙ୍କ ପସନ୍ଦିତ ଖେଳ ହେଉଛି ରଗ୍‌ବି। କୋଭେଣ୍ଟ୍ରି ସ୍କୁଲରେ ଅଧ୍ୟୟନରତ ରୋବନ୍‌ଙ୍କ ଡାଏଟ୍‌ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

ବ୍ରିଟେନ୍‌ରେ ତାଙ୍କ ବୟସର ପିଲାଙ୍କୁ ୨,୦୦୦ କ୍ୟାଲୋରୀ ପ୍ରୋଟିନ ଯୁକ୍ତ ଆହାର ଖାଇବାକୁ ପରାମର୍ଶ ଦିଆଯାଉଥିବାବେଳେ ରୋବନ ଗୋଟେ ଦିନରେ ୩,୫୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି। ଯାହା ସାଧାରଣ ପିଲାଙ୍କ ଠାରୁ ତିନିଗୁଣା ଅଧିକ। ରୋବନ୍‌ଙ୍କ ଦିନ ସିଝା ଅଣ୍ଡାରୁ ଆରମ୍ଭ ହେଉଥିବାବେଳେ ଦିନରେ ସେ ତିନିଥର ଅଣ୍ଡା ଖାଆନ୍ତି ଏବଂ ରାତିରେ ମାଛ ଖାଇବା ତାଙ୍କର ବହୁତ ପସନ୍ଦ।

Leave A Reply

Your email address will not be published.