ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାଦରେ ସନ୍ନି ଲିଓନିଙ୍କ ନୂଆ ଆଲବମ ଭିଡିଓ, ଆପତ୍ତିଜନକ ନୃତ୍ୟକୁ ନେଇ ତାତିଲେ ମଥୁରାର ପୂଜକ ସମ୍ପ୍ରଦାୟ

ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ୍‌ ସନ୍ନି ଲିଓନ । ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ ଯାହା କି ସଦ୍ୟ ରିଲିଜ୍‌ ହୋଇଛି । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସନ୍ନି । ଭିଡିଓ ଆଲ୍‌ବମ୍‌ରେ ଥିବା ଏହି ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି। ଏହି ଭିଡିଓକୁ ବ୍ୟାନ କରିବା ଲାଗି ଦାବି କରିଛନ୍ତି ମଥୁରାର ପୂଜକ ସମ୍ପ୍ରଦାୟ ।

ସନ୍ନିଙ୍କ ଏହି ଭିଡିଓରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି । ଏହା ସେମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ସୃଷ୍ଟି କରିଛି ବୋଲି ପୂଜକ ସମ୍ପ୍ରଦାୟ କହିଛନ୍ତି । ବୃନ୍ଦାବନର ସନ୍ଥ ନବଳ ଗିରି ମହାରାଜ କହିଛନ୍ତି, ସରକାର ଯଦି ଏହି ଭିଡିଓକୁ ବ୍ୟାନ କରିବେ ନାହିଁ ତେବେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିବା ସନ୍ନିଙ୍କ ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଏହାସହ ଏହି ଭିଡିଓ ଲାଗି ସନ୍ନି ଯଦି କ୍ଷମା ନ ମାଗନ୍ତି କିମ୍ବା ଆଲବମରୁ ଅଶ୍ଳୀଳ ସିନକୁ ବାଦ୍ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି ।

ପବିତ୍ର ଭାବନା ସମ୍ପନ୍ନ ଏକ ଗୀତକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପିତ କରି ସନ୍ନି ମାନସିକ ଆଘାତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ସଭାପତି ମହେଶ ପାଠକ । ୧୯୬୦ ମସିହାରେ କୋହେନୂର ଫିଲ୍ମରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତ ବୋଲିଥିଲେ । ବର୍ତ୍ତମାନ ସାରେଗାମା ମ୍ୟୁଜିକ ପକ୍ଷରୁ ମଧୁବନ ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ ସନ୍ନି ଅଭିନୟ କରିଛନ୍ତି ଏବଂ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଏହି ଗୀତ ବୋଲିଛନ୍ତି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ନୈସର୍ଗିକ ପ୍ରେମକୁ କୁତ୍ସିତ ଭାବେ ଉକ୍ତ ଭିଡିଓରେ ଦର୍ଶାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

Leave A Reply

Your email address will not be published.