ଗର୍ଭବତୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ଡାକ୍ତରଖାନାର ସେବିକା ସୁନିତା ସାମଲ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜୈନେକ ସେବିକା ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ସୂଚନା ଅନୁସାରେ  ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ଗର୍ଭବତୀ ମହିଳା କୁମ ଭୋଇଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆଠମଲ୍ଲିକ ମେଡିକାଲରେ ଭର୍ତି ହୋଇଥିଲେ । ମାତ୍ର ତାଙ୍କର ରକ୍ତ କମ ଥିବାରୁ ଡାକ୍ତର ମହିଳାଙ୍କ ପରିବାର ଙ୍କୁ ଓ ପଜିଟିଭ୍ ରକ୍ତଯୋଗାଡ଼ କରିବାକୁ କହିଥିଲେ। ପରିବାର ଲୋକ ରକ୍ତ ପାଇଁ ପ୍ରୟାସ କରିଥିଲେ ମଧ୍ୟ ଓ ପଜିଟିଭ୍ ପରି ବିରଳ ଗ୍ରୁପର ରକ୍ତ ଯୋଗାଡ କରିପାରିନଥିଲେ। ରକ୍ତ ଯୋଗାଡ ନହୋଇ ପାରିବାରୁ ପରିବାର ଲୋକ ଚିନ୍ତାରେ ରହିଥିଲେ ।

ଏକଥା ଣୁଣିବା ପରେ ଆଠମଲ୍ଲିକ ମେଡିକାଲରେ କାର୍ଯ୍ୟରତ ଷ୍ଟାପ ନର୍ସ ସୁନିତା ସାମଲ ନିଜେ ରକ୍ତ ଦାନ କରିବାକୁ ଆଗେଇ ଆସିଥିଲେ। ସୁନିତା ରକ୍ତ ଦାନ କରି ଗର୍ଭବତୀଙ୍କୁ ବଞ୍ଚାଇ ଥିଲେ । ବର୍ତ୍ତମାନ ଗର୍ଭବତୀ ମହିଳା  ସୁସ୍ଥ ଥିବା ଜଣାଯାଇଛି। ଷ୍ଟାପ ନର୍ସ ରକ୍ତଦାନ ଦେବା ସମୟରେ ମେଡିକାଲର ସୁଶାନ୍ତ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଷ୍ଟାପ ନର୍ସ ସୁନିତାଙ୍କର  ଏପରି ଜନ ହିତ କର କାର୍ଯ୍ୟକୁ ଆଠମଲ୍ଲିକ ଡାକ୍ତରଖାନାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁନୀଲ କୁମାର ପଣ୍ଡା, ଯୁବ ସମାଜସେବୀ ତପନ ବେହେରା, ସ୍ବେଛାସେବୀ ରାଧା ମୋହନ ତ୍ରିପାଠୀ, ସାମ୍ବାଦିକ ସଙ୍ଘ ସମ୍ପାଦକ ବିନୟ କୁମାର ପଟ୍ଟନାୟକଙ୍କ ସମେତ ଆଠମଲ୍ଲିକ ଜନସାଧାରଣ ପ୍ରଶଂସା କରିଛନ୍ତି ।

Leave a comment