ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ସୂର୍ଯ୍ଯମୁଖି , ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ସେଲ୍‌ଫି ପଏଣ୍ଟ

ପଦ୍ମଗିରି: ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ସୂର୍ଯ୍ଯମୁଖି ଫୁଲ ଚାଷ । ଓଡିଶା ଜିବିକା ମିଶନ ସହାୟତାରେ ମହିଳା ମାନେ ସୂର୍ଯ୍ଯମୁଖି ଫୁଲ ଚାଷ କରି ବର୍ତମାନ ରୋଜଗାର କ୍ଷମ ହେବା ସହ ଅନ୍ୟ ମାନଙ୍କ ପାଇଁ ପାଲ୍‌ଟିଛନ୍ତି ଉଦାହରଣ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତର ଏମ.ଭି-୮୪ ଗ୍ରାମର ୧୦ ଜଣ ମହିଳା ପ୍ରଥମେ ଜୟ ଶ୍ରୀ ରାମ ନାମକ ଏକ ଏସ.ଏଚ.ଜି ଗ୍ରୁପ୍ ଗଠନ କରିଥିଲେ । ଏହାପରେ ଓଡିଶା ଜୀବିକା ମିଶନର ସି.ଆର.ପି .ସି.ଏମ୍ କନିକା ମାଝିଙ୍କ ନେତୃତ୍ୱରେ ଏହି ମହିଳା ମାନେ ସୂର୍ଯ୍ଯମୁଖି ଫୁଲ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ନିଜ ଜମିରେ ଏହି ମହିଳା ମାନେ ସୂର୍ଯ୍ଯମୁଖି ଫୁଲ ଚାଷ କରି ବର୍ତମାନ ଉକ୍ତ ଫୁଲରୁ ମଞ୍ଜି ସଂଗ୍ରହ କରିବା ପକ୍ରିୟା ଆରମ୍ଭ କରିଛନ୍ତି ।

ତେବେ ବଜାରରେ ସୂର୍ଯ୍ଯମୁଖି ଫୁଲରୁ ମିଳୁଥିବା ମଞ୍ଜି ଓ ତେଲର ଚାହିଦା ରହିଥିବା ବେଳେ ଏହି ମହିଳା ସ୍ୱଂୟ ସହାୟକ ଗୋଷ୍ଠି ମଞ୍ଜିରୁ ତେଲ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ପ୍ରଥମ କରି ମହିଳା ମାନେ ଏହି ଚାଷ କରିଥିବା ବେଳେ ଚାଷରୁ ଭଲ ଫସଲ ଅମଳ ହୋଇଛି । ତେଣୁ ଫସଲ ଅନୁଯାୟୀ ଲାଭ ମଧ୍ୟ ଭଲ ହେବ ବୋଲି ଏସ.ଏଚ.ଜିର ସଭାପତି ଅପର୍ଣ୍ଣା ବିଶ୍ୱାସ ପ୍ରକାଶ କରିଛନ୍ତି ।

ଏହି ସୂର୍ଯ୍ଯମୁଖି ଫୁଲ ଚାଷ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ଥିବା ସହ ଅଂଚଳ ବାସୀଙ୍କ ପାଇଁ ଏକ ପାର୍କର ଭ୍ରମ ସୁଷ୍ଟି କରୁଛି । ଏହାର ମନ ମୁଗ୍ଧ କର ପରିବେଶ ଓ ମନରମ ଦୃଶ୍ଯ ଯୋଗୁଁ ଏହି ଚାଷ ଜମି ନିକଟରେ ଅନେକ ଲୋକ ସେଲ୍‌ଫି ମଧ୍ୟ ଉଠାଇ ଖୁସି ବ୍ୟକ୍ତ କରିଥିବା ସ୍ୱଂୟ ସହାୟକ ଗୋଷ୍ଠିର ମହିଳା ମାନେ ପ୍ରକାଶ କରିଛନ୍ତି । ଆଜି କାର ସମୟରେ ମହିଳା ମାନେ ଘରେ ନ ବସି ଏଭଳି ସୂର୍ଯ୍ଯମୁଖି ଫୁଲ ଚାଷ କରି ସ୍ୱାବଲମ୍ବୀ ହେବାର ଆବଶ୍ୟକତା ରହିଛି ବୋଲି ସ୍ୱଂୟ ସହାୟକ ଗୋଷ୍ଠୀର ସଭାପତି ଅପର୍ଣ୍ଣା ବିସ୍ୱାଷ ମତ ରଖିଛନ୍ତି ।

Leave A Reply

Your email address will not be published.