ରବିବାର ରାଶିଫଳ ( ୨୭-୦୬-୨୦୨୧ )

ମେଷ : କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ସ୍ବାଧୀନତା ରହିବ । ରାଜନୀତିରେ ପ୍ରସିଦ୍ଧି ମିଳିବ । ବାଣିଜ୍ୟ ମନମୁତାବକ ରହିବ। ଶୁଭ ଅଙ୍କ – ୯, ଶୁଭ ରଙ୍ଗ-ପାଲ

ବୃଷ : ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। ଚାକିରିରେ ଅବହେଳା ରହିବ । ମହିଳାମାନେ ଉଦାରମନା ରହିବେ । ବାଣିଜ୍ୟ ମନ୍ଥର ରହିବ । ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ଏଥିସହିତ ପଢ଼ନ୍ତୁ

ମିଥୁନ : ପ୍ରତି କାର୍ଯ୍ୟରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରବୃଦ୍ଧି ହେବେ। ପ୍ରଶାସନିକ ଅଭିଯୋଗ ଆସିପାରେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

କର୍କଟ : ଦିନଟି ପ୍ରସନ୍ନତା ଭିତରେ କଟିବ । ପ୍ରଶାସନିକ ଓ ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ଗୃହକାର୍ଯ୍ୟରେ ମନଦେବେ । ବାଣିଜ୍ୟରେ ଶୁଭ ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

ସିଂହ : କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ସାଂସାରିକ ଉତ୍ତମ ବୁଝାମଣା ରହିବ। ଚାକିରିରେ ନିଷ୍ଠା ରହିବ । ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା : ସବୁ କାର୍ଯ୍ୟରେ ମନ୍ଥର ରହିବ । ରାଜନୀତିରେ ଲୋକସମ୍ପର୍କ ହ୍ରାସ ପାଇବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ

ତୁଳା : କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା ହୋଇପାରେ । ଚାକିରିରେ ସହଯୋଗ ମିଳିବ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟ ପରିସର ବୃଦ୍ଧି ପାଇବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ବିଛା : ଚତୁରତା ଦ୍ବାରା କାର୍ଯ୍ୟ ହାସଲ କରିବେ । ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ଚାକିରିରେ ପଦୋନ୍ନତି ହୋଇପାରେ । ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ- ୭, ଶୁଭ ରଙ୍ଗ-କଫି

ଧନୁ : ଅସ୍ଥିରତା କାରଣରୁ କାର୍ଯ୍ୟହାନି ହୋଇପାରେ। ଚାକିରିରେ ଚାପ ରହିବ। ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର : ଦିନଟିରେ ସୁଖସନ୍ତୋଷ ପ୍ରାପ୍ତି ହେବ। ସାଂସାରିକ ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ହେବ । କଳା,ବିଜ୍ଞାନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ : ଅକ୍ଳାନ୍ତ ପରିଶ୍ରମ କରି ସୁଫଳ ପାଇବେ । ଚାକିରିରେ କାର୍ଯ୍ୟ ବ୍ୟସ୍ତ ରହିବେ। ପରିବହନ ଓ ବାଣିଜ୍ୟରେ ସ୍ଵଳ୍ପ ଲାଭ ହେବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ମୀନ : ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରିରେ ଧନସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

Leave a comment