ରବିବାର ରାଶିଫଳ (୨୬-୧୨-୨୦୨୧)

ମେଷ: ଆୟର ପଥ ଉନ୍ମୁକ୍ତ ରହିବ। ରାଜନୀତିରେ ଶତ୍ରୁଜୟୀ ହେବେ। ମହିଳାମାନେ କର୍ମତତ୍ପର ରହିବେ । କଳା, ବିଜ୍ଞାନ, ଶିଳ୍ପ ବାଣିଜ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍ |

ବୃଷ: କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ | ସନ୍ତାନ ସନ୍ତତିମାନେ ଅବାଧ୍ୟ ହେବେ । ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ର ପ୍ରତିକୂଳ ରହିବ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

ଏଥିସହିତ ପଢ଼ନ୍ତୁ

ମିଥୁନ : ଦିନଟି ଚଳଚଞ୍ଚଳ ରହିବେ। ଦୂରଯାତ୍ରା କରିପାରନ୍ତି। ମହିଳାମାନେ ଉତ୍ସାହିତ ରହିବେ । ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ ।

କର୍କଟ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଭ୍ରାତୃଭଗ୍ନୀଙ୍କର ସହଯୋଗ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ସିଂହ : କର୍ମକ୍ଷେତ୍ରରେ ପରାଧୀନତା ଦେଖାଦେବ । ଚାକିରିରେ କାର୍ଯ୍ୟଭାର ରହିବ | ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ | ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

କନ୍ୟା: ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ସୁଖୀ ହେବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଯଶପାଇବେ | ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍।

ତୁଳା: ପରିଶ୍ରମ ମୁତାବକ ଫଳ ପାଇବେ । ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ବ୍ୟସ୍ତତା ଭିତରେ କଟିବ।ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା |

ବିଛା : ଦିନଟି ବିଜୟ ଉଲ୍ଲାସ ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ| ବାଣିଜ୍ୟରେ ଉତ୍ତମ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ -୩, ଶୁଭ ରଙ୍ଗ-କ୍ରିମ୍ ।

ଧନୁ: ସମାଜରେ ପ୍ରସିଦ୍ଧି ପ୍ରାପ୍ତି ହେବ | ଉତ୍ତୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ | ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଭଲ ଆୟ ହେବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍।

ମକର : ବହୁ ପରିଶ୍ରମ ସତ୍ତ୍ବେ ସାମାନ୍ୟ ଫଳ ପାଇବେ । ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ | ରାଜନୀତିରେ ପ୍ରତିଦ୍ବନ୍ଦୀ ରହିବେ | ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

କୁମ୍ଭ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଶତ୍ରୁ ପ୍ରଭାବିତ କରିବେ । ବାଣିଜ୍ୟରେ କ୍ଷତି ହୋଇପାରେ | ଶିକ୍ଷାର୍ଥୀ ହତୋତ୍ସାହିତ ରହିବେ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ-ବାଇଗଣୀ |

ମୀନ: କର୍ମକ୍ଷେତ୍ରରେ ଉତ୍ସାହଜନକ ରହିବ | ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ | ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସୁଫଳ ପାଇବେ । ଶିକ୍ଷାର୍ଥୀ ଯଶ ପାଇବେ | ଶୁଭ ଅଙ୍କ – ୭, ଶୁଭ ରଙ୍ଗ-କଫି।

Leave a comment