ରବିବାର ରାଶିଫଳ ( ୨୫-୦୭-୨୦୨୧ )

ମେଷ: କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ବୃଷ: ବହୁ ଚେଷ୍ଟା କରି ସଫଳ ହେବେ। ସାଂସାରିକ ଧର୍ମକର୍ମରେ ବ୍ୟୟ କରି ଅଭାବରେ ପଡିବେ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ମିଥୁନ:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ରାଜନୀତିରେ ଷଡଯନ୍ତ୍ରରେ ପଡିପାରନ୍ତି। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

କର୍କଟ: ଦିନଟି ସୁଖସନ୍ତୋଷ ଭିତରେ କଟିବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ସିଂହ: କର୍ମକ୍ଷେତ୍ରରେ ସାଧାରଣ ଫଳ ପାଇବେ। ଚାକିରିରେ ବିରକ୍ତିକର ପରିସ୍ଥିତି ଦେଖାଦେବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତେଜନା ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

କନ୍ୟା:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ସାଂସାରିକ ସନ୍ତାନସନ୍ତତିମାନଙ୍କୁ ନେଇ ଗୌରବାନ୍ବିତ ହେବେ। ବାଣିଜ୍ୟରେ ସଫଳତା ପାଇବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା: ପରିଶ୍ରମ ମୁତାବକ ଫଳ ପାଇବେ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟରେ ପରିସର ବୃଦ୍ଧି ପାଇବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ବିଛା: କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରଭାବଶାଳୀ ହେବେ। ମହିଳାମାନେ ସ୍ବାଧୀନତା ରହିବେ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଧନୁ: ଆର୍ଥିକ କାରବାରକୁ ନେଇ କଳହ ଉପୁଜିପାରେ। ପଡୋଶୀଙ୍କ ସହ ମନାନ୍ତର ଦେଖାଦେବ। ବାଣିଜ୍ୟରେ ମାନ୍ଦା ରହିବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ

ମକର: ଦିନଟି ହର୍ଷୋଲ୍ଲାଷରେ କଟିପାରେ। ଚାକିରିରେ ପ୍ରଶଂସାଭାଜନ ହେବେ। ମହିଳାମାନେ ଯଶ ପାଇବେ। ପରିବହନ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ: ଉଦଯୋଗ କରି ସଫଳ ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ଶିଳ୍ପ ଓ ବାଣିଜ୍ୟରେ ସ୍ବଳ୍ପ ଆୟ ଲାଭ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ: ଯେକୌଣସି ଉପାୟରେ ହେଉନା କାହିଁକି କାର୍ୟ୍ୟ ହାସଲ କରିବେ। ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର

Leave a comment