ରବିବାର ରାଶିଫଳ ( ୨୩-୦୫- ୨୦୨୧ )

ମେଷ:ଦେହ ଓ ମନ ଭଲ ରହିବ। ଦାମୀ ଦ୍ରବ୍ୟାଦି ଲାଭ ଯୋଗ ରହିଛି। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବୃଷ:କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ମହିଳାମାନେ ହତାଦର ହେବେ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟ ପ୍ରତିକୂଳ ରହିବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

ଏଥିସହିତ ପଢ଼ନ୍ତୁ

ମିଥୁନ: କାର୍ଯ୍ୟ ବିଳମ୍ବ ଓ ବ୍ୟୟ ବୃଦ୍ଧି ଦେଖାଦେବ। ପ୍ରଶାସନିକ ବିରୋଧାଭାସ ରହିବ। ଚାକିରିରେ କାର୍ଯ୍ୟ ଭାର ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ଆୟ ବୃଦ୍ଧି ପାଇବ । ନୂତନ ନିଯୁକ୍ତିର ସୂଚନା ରହୁଛି। ପ୍ରଶାସନିକ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍

ସିଂହ:ଦିନଟିରେ ଚଳଚଞ୍ଚଳ ରହିବେ। ପ୍ରଶାସନିକ ଓ ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କନ୍ୟା:ପୁରାତନ କାର୍ଯ୍ୟ ସମ୍ପନ୍ନ ହେବ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ମହିଳାମାନେ ପ୍ରସନ୍ନ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ତୁଳା: ଅଯଥା ଖର୍ଚ୍ଚାନ୍ତରେ ପଡିପାରନ୍ତି। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ । ପ୍ରଶାସନିକ ଅବହେଳା ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ବିଛା: ବିଭିନ୍ନ ଉପାୟରେ ଅର୍ଥାଗାମ ହେବ । ମହିଳାମାନେ ଆଦରସମ୍ମାନ ପାଇବେ । ଚାକିରିରେ ସମ୍ମାନ ପ୍ରାପ୍ତି ହେବ । ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ – ୭, ଶୁଭ ରଙ୍ଗ-କଫି

ଧନୁ:ବଡ ଧରଣର କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ । ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ମକର:ଦିନଟି ଅନୁଶାସନ ଭିତରେ କଟିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ଧର୍ମ ପରାୟଣା ହେବେ। ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ମହିଳାମାନେ ଅପଯଶ ପାଇବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିଟ୍

ମୀନ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଅର୍ଥ ସହ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

Leave a comment