ରବିବାର ରାଶିଫଳ ( ୨୧-୦୨-୨୦୨୧)
ମେଷ:ଦିନଟି ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପଡୋଶୀଙ୍କ ସହଯୋଗ ପାଇବେ।ଚାକିରିରେ କର୍ମ ତତ୍ପର ରହିବେ।ପରିବହନ ଓ ବାଣିଜ୍ୟରେ ସଫଳତା ପାଇବେ।
ଶୁଭଅଙ୍କ-୯,ଶୁଭରଙ୍ଗ-ମେରୁନ୍
ବୃଷ:ଦିନଚର୍ଯ୍ୟା ଆଡମ୍ବର ପୂର୍ଣ୍ଣ ରହିବ। ବିଦେଶ ଯାତ୍ରାର ସୁଯୋଗ ଆସିପାରେ ।ପ୍ରଶାସନିକ ପ୍ରଶଂସିତ ହେବେ ।ବାଣିଜ୍ୟରେ ସନ୍ତୋଷଜନକ ରହିବ।
ଶୁଭଅଙ୍କ-୮,ଶୁଭରଙ୍ଗ-କଳା
ମିଥୁନ:କର୍ମକ୍ଷେତ୍ରରେ ବିରୁଦ୍ଧାଭାଷ ରହିବ। ରାଜନୀତିରେ ସମସ୍ୟା ରହିବ। ମହିଳାମାନେ ନିଜକୁ ହେୟ ମନେ କରିବେ।ବାଣିଜ୍ୟରେ ବିଶେଷ ଭଲ ହେବନାହିଁ।
ଶୁଭଅଙ୍କ-୧,ଶୁଭରଙ୍ଗ-ପିଙ୍କ୍
କର୍କଟ:ଏକାଦଶସ୍ଥ ଚନ୍ଦ୍ର ଓ ସପ୍ତମସ୍ଥ ବୃହସ୍ପତିଙ୍କ କାରଣରୁ ଆୟ ଉତ୍ତମ ହେବ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବଢିବ।ବାଣିଜ୍ୟରେ ସଞ୍ଚୟ ହେବ।
ଶୁଭଅଙ୍କ-୩,ଶୁଭରଙ୍ଗ-କ୍ରିମ୍
ସିଂହ:ଦିନଟି ସବୁରୀ କାର୍ଯ୍ୟରେ ବିଜୟ ପାଇବେ।ମହିଳାମାନେ ରକ୍ଷଣଶୀଳ ହେବେ । ଚାକିରିରେ ପଦମଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଲାଭ ହେବ।
ଶୁଭଅଙ୍କ-୯,ଶୁଭରଙ୍ଗ-କମଳା
କନ୍ୟା:କର୍ମକ୍ଷେତ୍ରରେ ନୂତନ ଯୋଜନା କରି ସଫଳ ହେବେ। ସାଂସାରିକ ଧର୍ମକର୍ମରେ ମନରହିବ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ।
ଶୁଭଅଙ୍କ-୫,ଶୁଭରଙ୍ଗ-ସବୁଜ
ତୁଳା: ଦିନଟି ବିଷମ ପରିସ୍ଥିତି ଦେଇ ଗତି କରିବେ।ଚାକିରିରେ ସ୍ଥାନାନ୍ତର ହୋଇପାରେ । ମହିଳାମାନେ ହତୋତ୍ସାହ ରହିବେ।ବାଣିଜ୍ୟରେ ପ୍ରତିବନ୍ଧକ ରହିବ।
ଶୁଭଅଙ୍କ-୮,ଶୁଭରଙ୍ଗ-ନୀଳ
ବିଛା:ଦିନଟି ଅସ୍ଥିରତା ଭିତରେ କଟିବ।ସାଂସାରିକ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ।ଶିଳ୍ପ ଓବାଣିଜ୍ୟରେ ପୁଞ୍ଜି ନିବେଶ କରି ଚିନ୍ତାରେ ରହିବେ।
ଶୁଭଅଙ୍କ-୨,ଶୁଭରଙ୍ଗ-ଧଳା
ଧନୁ:କର୍ମ କ୍ଷେତ୍ରରେ ଅନ୍ୟର ସାହାଯ୍ୟ ପାଇବେ। ଆର୍ଥିକ ସ୍ବଚ୍ଛଳତା ରହିବ। ବାଣିଜ୍ୟରେ ଚଳଚଞ୍ଚଳ ଓ ସଫଳ ହେବେ।ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ଶୁଭଅଙ୍କ-୩,ଶୁଭରଙ୍ଗ-କ୍ରିମ୍
କୁମ୍ଭ:ଆୟ ଅପେକ୍ଷା ବ୍ୟୟ ଦ୍ବିଗୁଣିତ ରହିବ। ଚାକିରିରେ ଅସହଯୋଗ ମନେ ହେବ। ପ୍ରଶାସନିକ ଚିନ୍ତାରେ ରହିବେ।ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ।
ଶୁଭଅଙ୍କ-୮,ଶୁଭରଙ୍ଗ-ବାଇଗଣି
ମୀନ:ପୁରାତନ ସମସ୍ୟାରୁ ମୁକ୍ତି ପାଇବେ। ବିବାଦୀୟ କାର୍ଯ୍ୟରେ ଜୟ ହେବେ। ଚାକିରିରେ ପଦୋନ୍ନତି ହେବ।ବାଣିଜ୍ୟରେ ମନ ମୁତାବକ ବୃଦ୍ଧିହେବ।
ଶୁଭଅଙ୍କ-୧,ଶୁଭରଙ୍ଗ-ପିଙ୍କ୍
ମକର: ଦିନଟି ଆଶା ଆକାଂକ୍ଷା ଦେଇ ଗତି କରିବ। ସନ୍ତାନ ସନ୍ତତି ମାନେ ଉନ୍ନତି କରିବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭଅଙ୍କ: ୩, ଶୁଭରଙ୍ଗ-କ୍ରୀମ୍।