ରବିବାର ରାଶିଫଳ ( ୧୯-୦୯-୨୦୨୧ )

ମେଷ: କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ରାଜନୀତିରେ ପ୍ରତିଷ୍ଠିତ ହେବେ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ଯଶ ପାଇବେ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ-କମଳା

ବୃଷ: ବିଭିନ୍ନ ଉପାୟରେ ଆୟ ହେବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ | ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ମିଥୁନ: ଅନ୍ୟକୁ ସାହାଯ୍ୟ କରି ସମସ୍ୟାରେ ପଡ଼ିପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ପ୍ରଶାସନିକ ଅବହେଳା ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

କର୍କଟ: କର୍ମକ୍ଷେତ୍ରରେ ଉତ୍ତେଜନା ରହିବ। ରାଜନୀତିରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଅପଦସ୍ତ ହୋଇପାରନ୍ତି | ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ଭ୍ରମରେ ପଡିବେ | ଶୁଭଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ସିଂହ: ଦିନଟି ସୁଖଶାନ୍ତି ଭିତରେ କଟିବ । ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ। ମହିଳାମାନେ ଆଦରଣୀୟା ହେବେ | ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

କନ୍ୟା: ବାରମ୍ବାର ଚେଷ୍ଟା କରି ସଫଳ ହେବେ | ଗୁରୁଜନଙ୍କ ସହଯୋଗ ମିଳିବ। ରାଜନୀତିରେ ଚଳଚଞ୍ଚଳ ରହିବେ ।ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ

ତୁଳା: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇ ସଫଳ ହେବେ ଚାକିରିରେ ସମ୍ମାନ ବଢିବ । ରାଜନୀତିରେ ନେତୃତ୍ବ ବୃଦ୍ଧି ହେବ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବିଛା: ପରିଶ୍ରମର ଫଳ ପାଇବେ ନାହିଁ । ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ଚାକିରିରେ ଅଭିଯୋଗ ଆସିପାରେ। ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ହେବେ | ଶୁଭ ଅଙ୍କ – ୯, ଶୁଭ ରଙ୍ଗ-ଲାଲ୍

ଧନୁ: ସମାଜରେ ପ୍ରତିଷ୍ଠିତ ହେବେ। ରାଜନୀତି ଓ ପ୍ରଶାସନିକ ସୁନାମ ପାଇବେ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍

ମକର: ହଠାତ ଅର୍ଥପ୍ରାପ୍ତିର ସୁଯୋଗ ରହିଛି । ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ଚଞ୍ଚଳ ରହିବେ । ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ: କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ରହିବ। ଚାକିରିରେ ଅଭିଯୋଗ ଆସିପାରେ | ରାଜନୀତିରେ ଷଡଯନ୍ତ୍ରରେ ପଡ଼ିପାରନ୍ତି| ବାଣିଜ୍ୟରେ ଚିନ୍ତାଜନକ ରହିବ । ଶିକ୍ଷାର୍ଥୀ ତୃଟି କରିପାରନ୍ତି | ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

Leave a comment