ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରବିବାର ରାଶିଫଳ (୧୮-୦୪-୨୦୨୧)

ମେଷ: ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ ଚତୁରତାର ସହ କାର୍ଯ୍ୟ ହାସଲ କରିବେ। ଚାକିରିରେ ସମ୍ମାନ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ନୂତନତା ଆସିବ।
ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ମହିଳାମାନେ କର୍ମତତ୍ପର ରହିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମିଥୁନ: ଦିନଟି ସୁଖସନ୍ତୋଷ ଭିତରେ କଟିବ। ମହିଳାମାନେ ଆଦରଣୀୟା ହେବେ। ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

କର୍କଟ: ବହୁ ଚେଷ୍ଟା କରି ସାମାନ୍ୟ ଫଳ ପାଇବେ। ବ୍ୟୟାଧିକ କାରଣରୁ ଚିନ୍ତାରେ ରହିବେ। ମହିଳାମାନେ ବିରକ୍ତିମନା ରହିବେ। ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ରହିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ: ଉଚ୍ଚ ଆଶା ପୂର୍ଣ୍ଣ ହେବ। ପ୍ରଶାସନିକ ମାନମର୍ଯ୍ୟଦା ବୃଦ୍ଧି ହେବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।
ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା: କାର୍ଯ୍ୟସିଦ୍ଧି ସହ ମାନମର୍ଯ୍ୟଦା ବୃଦ୍ଧି ପାଇବ। ଚାକିରିରେ ଧନସମ୍ମାନ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା: ଯୋଜନା ଫଳପ୍ରସୂ ହେବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଧର୍ମପରାୟଣା ହେବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ସୁଫଳ ମିଳିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ବିଛା: ଦୁଃସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ ବାଧାବିଘ୍ନ ଦେଇ ଗତି କରିବେ। ମହିଳାମାନେ ଅପଯଶ ପାଇବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ।ରାଜନୀତିରେ ଧନସମ୍ମାନ ପାଇବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ମକର: ଦିନଟି ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ଆଗେଇ ଚାଲିବେ। ସାଂସାରିକ ସନ୍ତାନସନ୍ତତିମାନେ ଉନ୍ନତି କରିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଘେରରେ ରହିବେ। ଚାକିରିରେ ଅପ୍ରୀତିକର ସ୍ଥିତି ରହିବ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ସମସ୍ୟା ରହିବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମୀନ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ଚାକିରିରେ ମାନମର୍ଯ୍ୟଦା ହାସଲ କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

Leave A Reply

Your email address will not be published.