bitcoin
Bitcoin (BTC) 2,342,651.25 2.24%
ethereum
Ethereum (ETH) 157,688.51 2.47%
tether
Tether (USDT) 77.80 0.18%
bnb
BNB (BNB) 24,736.98 1.14%
usd-coin
USD Coin (USDC) 77.90 0.17%
xrp
XRP (XRP) 32.59 1.14%
binance-usd
Binance USD (BUSD) 77.90 0.25%
cardano
Cardano (ADA) 41.78 2.20%
solana
Solana (SOL) 4,042.68 3.56%
dogecoin
Dogecoin (DOGE) 6.71 0.85%

ଦିନଦିପ୍ରହରେ ବନ୍ଧୁକ ଦେଖାଇ ସୁନାଚେନ ଓ ମୋବାଇଲ ଲୁଟିନେଲେ ଲୁଟେରା

ଗୋପବନ୍ଧୁନଗର : ସ୍ପଷ୍ଟ ଦିବାଲୋକରେ ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଘରେ ବନ୍ଧୁକ ଦେଖାଇ ସୁନାଚେନ ଓ ମୋବାଇଲ ଲୁଟିନେଲେ ଲୁଟେରା। ଗୋପବନ୍ଧୁନଗର ବ୍ଲକ ପୁରୁଣା ବାରିପଦା ଗ୍ରାମପଞ୍ଚାୟତର ଇଣ୍ଡିଆନ ଅଏଲ ପାଶ୍ୱର୍ରେ ଥିବା ପ୍ରଭାସଚନ୍ଦ୍ର ହୋତାଙ୍କ ଘରେ ପଶି ଲୁଟେରା ଏଭଳି ଲୁଟ୍‌ କରିଛନ୍ତି।

ମିଳିଥିବା ସୂଚନାଅନୁସାରେ ପୁରୁଣା ବାରିପଦା ପେଟ୍ରୋଲ ପମ୍ପ ନିକଟରେ ଥିବା ପ୍ରଭାସଚନ୍ଦ୍ର ହୋତାଙ୍କ ଘରେ ତାଙ୍କ ସ୍ତ୍ରୀ ପ୍ରତିଭା ଷଡ଼ଙ୍ଗୀ ଆଜି ଏକାଥିଲେ। ଘରେ ଏକୁଟିଆ ମହିଳା ଥିବା ସୁଯୋଗ ନେଇ ଲୁଟେରା ଘରେ ପଶି ବନ୍ଧୁକ ଦେଖାଇ ପ୍ରଭାସଚନ୍ଦ୍ର ହୋତାଙ୍କ ପତ୍ନୀ ଷଡ଼ଙ୍ଗୀଙ୍କ ବେକରୁ ସୁନାଚେନ ସହ ମୋବାଇଲ ଲୁଟି ନେଇ ମୋଟରସାଇକେଲରେ କ୍ଷୀପ୍ର ଗତିରେ ପଳାଇ ଯାଇଥିଲେ। ଏନେଇ କୁଆମରା ପୁଲିସ୍ ଫାଣ୍ଡିରେ ଅଭିଯୋଗ ହୋଇଛି। ଲୁଟେରା ଜଣଙ୍କ ଏକ କଳା ରଙ୍ଗର ପଲ୍‌ସର ବାଇକରେ ଆସି ଲୁଟ କରି ଫେରାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।

ଘଟଣା ସମ୍ପର୍କରେ ଅଭିଯୋଗ ପରେ କୁଆମରା ଫାଣ୍ଡିଅଧିକାରୀ ଶ୍ରୀ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାର ଜଣା ପଡ଼ିଛି। ଲୁଟି ନେଇଥିବା ଅଳଙ୍କାର ଓ ମୋବାଇଲର ଅର୍ଥ ରାଶି ଅଦ୍ୟାବଧି ଜଣାପଡ଼ିନାହିଁ। ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଅପରାଧିର କୌଣସି ଟେର ପାଇନାହିଁ।

Leave a comment