ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିମ୍ପଲ ଏବଂ ସୁମିତଙ୍କ ବିବାଦର ଅନ୍ତ ଘଟୁନି: ୪୮ ଘଣ୍ଟା ହେଲା ଡାକ୍ତର ସ୍ୱାମୀଙ୍କ ଦେଖା ନାହିଁ

ଅତିଥି ଭବନରେ ପତ୍ନୀ ଏକୁଟିଆ

ବ୍ରହ୍ମପୁର: ଗତ ୩ ସପ୍ତାହ ଧରି ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଡିମ୍ପଲ ଏବଂ ସୁମିତଙ୍କ ବିବାଦ ଏବେ ଭାଇରାଲ ହୋଇ ପ୍ରତ୍ୟେକଙ୍କ ମୋବାଇଲରେ ଘୁରି ବୁଲୁଛି। କିଏ ସୁମିତଙ୍କ ସପକ୍ଷରେ ମତ ଦେଉଥିବା ବେଳେ କିଏ ଡିମ୍ପଲଙ୍କ ସପକ୍ଷରେ ମତ ଦେଉଛନ୍ତି। ଏପରି ପରିସ୍ଥିତିରେ କୋର୍ଟଙ୍କ ରାୟକୁ ଥରେ ଡିମ୍ପଲ ଅବମାନନା କରିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାମୀ ସୁମିତ ଅବମାନନା କରି ଫେରାର ହୋଇଯାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସୁମିତ ତାଙ୍କ ପତ୍ନୀ ଡିମ୍ପଲଙ୍କ ସମସ୍ତ ଦାୟିତ୍ୱ ନେଇ ତାଙ୍କୁ କୌଣସି ଏକ ଭଡା ଘରେ ସମସ୍ତ ପ୍ରକାର ସୁବିଧା ଦେଇ ରଖିବା କଥା। ତେବେ ରାୟ ପରେ ସୁମିତ ଦୁଇ ଦିନ ହେଲା ପତ୍ନୀଙ୍କୁ ଅତିଥି ଭବନରେ ଏକୁଟିଆ ଛାଡି ଗାଏବ ହୋଇଯାଇଛନ୍ତି। ତାଙ୍କର ମୋବାଇଲ୍ ସୁଇଚ୍ ଅଫ୍ ଥିବା ବେଳେ ପତ୍ନୀ ଡିମ୍ପଲ ସ୍ୱାମୀ ନ ଆସିବା ପର୍ଯ୍ୟନ୍ତ ସେ ଆସିକା ଚିନି କଳ ଅତିଥି ଭବନରେ ହିଁ ରହିବେ ବୋଲି ଜିଦ୍ ଧରି ବସିଛନ୍ତି। ଇତି ମଧ୍ୟରେ ଡିମ୍ପଲ ଆସିକା ଥାନାରେ ସୁମିତ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା କହିଛନ୍ତି ଯେ, ଆସନ୍ତାକାଲି ଡିମ୍ପଲଙ୍କ ପକ୍ଷରୁ ଏକ ପିଟିସନ୍ ପୁଣି କୋର୍ଟରେ ଦାଖଲ ହେବ। ସେଥିରେ ତାଙ୍କ ସ୍ୱାମୀ କୋର୍ଟ ଆଦେଶକୁ ଅବମାନନା କରିଥିବା ଦର୍ଶାଯିବା ସହ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଘରେ ରହିବାକୁ ଅନୁମତି ମଗାଯିବ। ଆବଶ୍ୟକ ପଡ଼ିଲେ ଡିମ୍ପଲ ଆସିକାରୁ ବ୍ରହ୍ମପୁର ଆସି ଏସଡିଜେଏମ୍ କୋର୍ଟରେ ହାଜର ହେବେ ବୋଲି ତାଙ୍କ ଓକିଲ କହିଛନ୍ତି। ସୁମିତଙ୍କ ଓକିଲ କିନ୍ତୁ ସେ କେଉଁ ଆଡେ ଫେରାର ନ ହୋଇ ବନ୍ଧୁଙ୍କ ଘରେ ରହି ପତ୍ନୀଙ୍କ ପାଇଁ ଭଡା ଘର ଖୋଜୁଛନ୍ତି ବୋଲି କହିଛନ୍ତି। ସୁମିତଙ୍କ ୫ ଦିନିଆ ଛୁଟିକୁ ସିଡିଏମଓ ମଞ୍ଜୁର କରିଛନ୍ତି। ବର୍ତ୍ତମାନ ସୁମିତ ବ୍ରହ୍ମପୁର ବ୍ରହ୍ମାନଗର ତାଙ୍କ ବାସଭବନକୁ ଆସିଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ ତଥ୍ୟ ମିଳିନାହିଁ। ଏସଡିଜେଏମ୍ କୋର୍ଟରେ ସାପ୍ତାହିକ ରିପୋର୍ଟ ଦେବା ପାଇଁ ଆସିକା ଥାନା ଅଧିକାରୀ ଏବଂ ପ୍ରୋଟେକ୍ସନ ଅଫିସରଙ୍କୁ କୁହାଯାଇଛି। ଏଣେ ଡିମ୍ପଲ ପରିବାର ଲୋକ ଏବଂ ଓକିଲଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି କହିଛନ୍ତି।

Leave A Reply

Your email address will not be published.