bitcoin
Bitcoin (BTC) 2,352,689.85 2.35%
ethereum
Ethereum (ETH) 158,413.00 2.66%
tether
Tether (USDT) 77.82 0.08%
bnb
BNB (BNB) 24,954.87 2.00%
usd-coin
USD Coin (USDC) 77.97 0.06%
xrp
XRP (XRP) 32.83 1.82%
binance-usd
Binance USD (BUSD) 77.97 0.09%
cardano
Cardano (ADA) 42.13 2.29%
solana
Solana (SOL) 4,074.58 3.71%
dogecoin
Dogecoin (DOGE) 6.71 1.48%

ରାଜ୍ୟରେ ବଢୁଛି ଆତ୍ମହତ୍ୟା ମାମଲା : ୬ ବର୍ଷରେ ଜୀବନ ହାରିଛନ୍ତି ୨୮,୨୪୯

ଭୁବନେଶ୍ୱର: ଏବେ ଦୂରାରୋଗ୍ୟ ବ୍ୟାଧି ନୁହେଁ; ଆତ୍ମହତ୍ୟା ଅଧିକ ଜୀବନ ନେବାରେ ଲାଗିଛି। ଗତ ୬ ବର୍ଷ ହେଲା ରାଜ୍ୟରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ୨୦୧୬ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ସମୁଦାୟ ୨୮,୩୪୯ ଜଣ ଆତ୍ମହତ୍ୟା କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଭିଡ୍‍ ମହାମାରୀ ସମୟରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇଛି। ଆତ୍ମହତ୍ୟାରେ କଟକ ସର୍ବାଗ୍ରେ ରହିଛି। ଗତ ୬ ବର୍ଷ ମଧ୍ୟରେ କଟକ ସହରାଞ୍ଚଳରେ ସମୁଦାୟ ୩୩୨୫ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ୨୦୧୬ରେ କଟକ ସହରରେ ୩୪୯ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ୨୦୨୧ ବେଳକୁ ଏହା ୮୭୫ରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆତ୍ମହତ୍ୟା ମାମଲା କମ୍‍ ରହୁଛି। ଏହି ସମୟ ମଧ୍ୟରେ କଟକ ଗ୍ରାମାଞ୍ଚଳରେ ମାତ୍ର ୨୮୩ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। କଟକ ପଛକୁ ରହିଛି ସମ୍ବଲପୁର। ଜିଲ୍ଲାରେ ଗତ ୬ ବର୍ଷରେ ୨୮୦୨ ଜଣ ଆତ୍ମହତ୍ୟା କରିଛନ୍ତି।

ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୧୬୯୭ ଜଣ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜରେ ୨୦୧୬-୨୦୨୧ ଭିତରେ ୧୬୪୦ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ବୌଦ୍ଧରେ ସର୍ବନିମ୍ନ ୯୬ଟି ମାମଲା ରୁଜୁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଗତ ୬ ବର୍ଷରେ ୧୫୫୭ ଜଣ ଲୋକ ଜୀବନ ହାରିଛନ୍ତି। ୨୦୧୬ରେ ଭୁବନେଶ୍ୱରରେ ୧୬୫ ଆତ୍ମହତ୍ୟା ମାମଲା ପୁଲିସ ରୁଜୁ କରିଥିଲା। ତେବେ ୨୦୨୦ ଓ ୨୦୨୧ରେ ଯଥାକ୍ରମେ ୩୧୦ ଏବଂ ୨୮୨ ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ଅନ୍ୟ ସହରାଞ୍ଚଳରେ ମଧ୍ୟ ଶତାଧିକ ଲୋକ ଆତ୍ମହତ୍ୟା କରିଛନ୍ତି।

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ମଧ୍ୟ ରାଜ୍ୟରେ ଆତ୍ମହତ୍ୟା ବୃଦ୍ଧିକୁ ସ୍ୱୀକାର କରିଛନ୍ତି। ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ରେ ରାଜ୍ୟରେ ୩୮୮୪ ଜଣ ଆତ୍ମହତ୍ୟା କରିଥିଲେ। ଏହା ପରଠାରୁ କ୍ରମାଗତ ଭାବେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ବଢ଼଼ିବାରେ ଲାଗିଛି। ୨୦୧୭ରେ ୪୧୫୧, ୨୦୧୮ରେ ୪୪୪୭, ୨୦୧୯ରେ ୪୬୩୬ ଜଣ ଆତ୍ମହତ୍ୟା କରିଥିଲେ। ତେବେ ୨୦୨୦ ଓ ୨୦୨୧ରେ ଏହି ସଂଖ୍ୟା ୫ ହଜାର ଅତିକ୍ରମ କରିଯାଇଛି। ଦୁଇ ବର୍ଷରେ ଯଥାକ୍ରମେ ୫୪୮୨ ଏବଂ ୫୬୪୯ ଜଣ ଆତ୍ମହତ୍ୟା କରିଥିଲେ।

ମନୋଚିକିତ୍ସକଙ୍କ ମତରେ ଜଣେ ବ୍ୟକ୍ତି ମାନସିକ ଚାପ ଅବା ଅବସାଦର ଚରମ ସୀମାରେ ପହଞ୍ଚିଲେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥାନ୍ତି। ପାରିବାରିକ, ବୃତ୍ତିଗତ, ଆର୍ଥିକ ସମସ୍ୟା ଆତ୍ମହତ୍ୟାର ପ୍ରମୁଖ କାରଣ। ତେବେ କୋଭିଡ୍‍ ମହାମାରୀ ଯୋଗୁଁ ମାନସିକ ଅବସାଦ ବଢ଼଼ିବା ହେତୁ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ବଢ଼଼ିଛି ବୋଲି କୁହାଯାଇ ପାରିବ। ଆମେ ମାନସିକ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦେଉ ନାହୁଁ। ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିସର ବୃଦ୍ଧି କରାଯିବା ଆବଶ୍ୟକ। ଲୋକଙ୍କ ମଧ୍ୟରେ ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା, ମାନସିକ ଅବସାଦ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଜରୁରୀ ବୋଲି ମନୋଚିକିତ୍ସକମାନେ ମତ ଦେଇଛନ୍ତି।

Leave a comment