ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବେଜ କେନାଲରେ ୫ଦିନ ହେଲା ଅଟକିଛି ମାଲବାହୀ ଜାହାଜ

ନୂଆଦିଲ୍ଲୀ: ଇଜିପ୍ଟର ସ୍ବେଜ କେନାଲରେ ଗତ ୫ ଦିନ ହେଲା ଏକ ବଡ଼ ମାଲବାହୀ ଜାହାଜ ଫଶି ରହିଛି। ଏଥିଯୋଗୁଁ ଅନେକ ଜାହାଜ ଉକ୍ତ ଅଞ୍ଚଳରେ ଅଟକି ରହିଛି। ଉକ୍ତ ଜାହାଜକୁ ବାହାର କରି ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ଜଳପଥକୁ ଖୋଲିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଏସିଆ ଏବଂ ୟୁରୋପ ମଧ୍ୟରେ ମାଲ ନେଇ ଯାଉଥିବା ଏବଂ ପାନାମାର ପତାକା ଲାଗିଥିବା ‘ଦ ଏଭର ଗିଭନ’ ଜାହାଜ ମଙ୍ଗଳବାର ସ୍ବେଜ ସହର ନିକଟରେ ଥିବା କେନାଲରେ ଫସି ଯାଇଥିଲା। ଏହା ଦ୍ବାରା ଏହି ଜଳପଥରେ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଏଭର ଗିଭନର ବୈଷୟିକ ପ୍ରବନ୍ଧକ ବର୍ଣ୍ଣହାର୍ଡ ସୁଲତେ ସିପମ୍ୟାନେଜମେଣ୍ଟ କହିଛନ୍ତି ଯେ କେନାଲ ରାସ୍ତା ଖୋଲିବା ପାଇଁ ଶୁକ୍ରବାର କରାଯାଇଥିବା ପ୍ରୟାସ ବିଫଳ ହୋଇଥିଲା। ଜାହାଜ ଭିତରୁ ପାଣି ବାହାର କରିବା ପାଇଁ ତଥା ନୌକା ଡକାଯାଇ ଜାହାଜକୁ ହଟାଇବା ପ୍ରୟାସ କରାଯାଉଛି। ରବିବାର ସୁଦ୍ଧା ୨ଟି ଟଗ ପହଞ୍ଚି ଜାହାଜକୁ ଭିଡି ବାହାର କରିବାକୁ ପ୍ରୟାସ କରିବେ। ସ୍ବେଜ କେନାଲର ଜଣେ ଅଧିକାରୀ କହିଛନ୍ତି ଯେ ସମୁଦ୍ର ଲହରୀ କମ ହେବା ପରେ ଏହି ଜାହାଜକୁ ବାହାର କରିବା ପାଇଁ ପ୍ରୟାସ କରାଯିବ। ତେବେ ଏହି ଘଟଣାସ୍ଥଳକୁ ମିଡିଆ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ଜାହାଜକୁ ବାହାର କରିବା ପାଇଁ ଆମେରିକା ସାହାଯ୍ୟ କରିବ ବୋଲି କହିଛି।

Leave A Reply

Your email address will not be published.