ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୁଧା

କ୍ୟାନସର ହେଉଛି ସବୁଠୁ ମାରାତ୍ମକ ରୋଗ। ତେଣୁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଯିବା ଦରକାର | ଯଦିଓ ଏବେ କ୍ୟାନସରର ଚିକିତ୍ସା ସମ୍ଭବ, ତଥାପି ଏ ଦିଗରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେବେ ହାଇଦ୍ରାବାଦର ସୁଧା କେଶବରାଜୁ ଗରିବ, ଅସହାୟ କ୍ୟାନସର ରୋଗୀଙ୍କ ଲାଗି ସାହାରା ପାଲଟିଛନ୍ତି । ଅବଶ୍ୟ ସୁଧା କ୍ୟାନସର ଯୋଗୁଁ ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହରାଇଛନ୍ତି। ଆଉ ନିଜ ଲୋକଙ୍କୁ ହରାଇବାର ଦୁଃଖ ହିଁ ତାଙ୍କୁ ଏ ଦିଗରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଦିଶା ଦେଖାଇଥିବା ସେ କହିଛନ୍ତି। ତେଣୁ ସେ କ୍ୟାନସର ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଓ ଔଷଧ ଆଦି ଯୋଗାଇଥାନ୍ତି । ସୁଧା ଏହି କାମ ଚାରି ବର୍ଷ ଧରି କରି ଆସୁଛନ୍ତି । ୨୦୧୭ରେ ନିଜସ୍ବ ଉଦ୍ୟମରେ ଏହାକୁ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଅଧିକରୁ ଅଧିକ ଲୋକ ସାହାଯ୍ୟ ଓ ସହଯୋଗ ମାଗିବାରୁ ସେ ଅନ୍ୟମାନଙ୍କ ସହାୟତା ଲୋଡ଼ିଲେ। ତା’ପରେ ସାଙ୍ଗସାଥୀ ତଥା ସମ୍ପର୍କୀୟଙ୍କ ସାହାଯ୍ୟ କ୍ରମେ କ୍ୟାନସର ରୋଗୀଙ୍କୁ ମାଗଣାରେ ଖାଦ୍ୟ ଓ ଔଷଧ ପ୍ରଦାନର ଧାରା ତାଙ୍କର ଏ ଯାଏଁ ଜାରି ରହିଛି ।

Leave A Reply

Your email address will not be published.