ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଉତକ୍ଷେପଣ କେନ୍ଦ୍ର -୩ (ଏଲସି-୩)ରୁ ବୁଧବାର ସନ୍ଧ୍ୟା ୭ଟା୩୦ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ -୨ର ସଫଳ ପରୀକ୍ଷଣ ହେଇଥିବା ଜାଣିବାକୁ ମିଳିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ବୁଧବାର ଦିନ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ ମିଜାଇଲ ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର। ଏଥିରେ ୧ ହଜାର କେଜି ପର୍ଯ୍ଯନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଏହାର ଲମ୍ବ ୮.୫୬ ମିଟର।ଆଜିର ପରୀକ୍ଷଣ ବେଳେ ଆଇଟିଆରର ବରିଷ୍ଠ ବୈଜ୍ଞାନିକ, ଇଂଜିନିୟର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.