ସଫଳ ଚାଷୀ ସୁଦର୍ଶନ, ୫ ପରିବାରକୁ ଯୋଗାଇଛନ୍ତି ରୋଜଗାର

ବାଲିପାଟଣା: ଚାଷ କାମ ଯାହାର କି ଆନନ୍ଦ ତାହାର। ଓଡିଶାର ଏହି ଢେଗକୁ ସତ୍ୟାରେ ପ୍ରମାଣିତ କରିଛନ୍ତି ଜଣେ ଯୁବ ଚାଷୀ। ବାଲିପାଟଣା ବ୍ଲକ ଭାକରସାହି ଗ୍ରାମର ସୁଦର୍ଶନ ବେହେରା ଉନ୍ନତ ପ୍ରଣାଳୀରେ ଚାଷ କରି ନିଜେ ସ୍ୱାବଲମ୍ବି ହେବା ସହ ଆଉ ୫ ପ୍ରାଣୀ କୁଟୁମ୍ବକୁ ରୋଜଗାର ଯୋଗାଇ ଦେଇଛନ୍ତି।

ସୁଦର୍ଶନ ବେହେରା, ଜଣେ ଯୁବ ଚାଷୀ। ନିଜର ଦେଢ ଏକର ଚାଷଜମି ରହିଛି। ଏହାସହ ଆଉ ସାଢେ ତିନି ଏକର ଜମି ଭାଗନେଇ ମୋଟ ପାଞ୍ଚ ଏକରରେ ବିଭିନ୍ନ ଚାଷ କରନ୍ତି ସୁଦର୍ଶନ। ନିଜ କ୍ଷେତରେ ପ୍ରକାର ପନିପରିବା ଚାଷ କରନ୍ତି ସୁଦର୍ଶନ। ଏହା ସହ ଅର୍ଥକାରୀ ଆଖୁ , ଧାନ ଚାଷ ସହ ମକା, କଦଳୀ, ଆଦି ଉନ୍ନତ ପ୍ରଣାଳୀରେ ଚାଷ କରି ବେଶ ଲାଭବାନ୍‍ ହୋଇଛନ୍ତି।

ସୁଦର୍ଶନ ବର୍ତମାନ ବର୍ଦ୍ଧମାନ୍‍ ଏବଂ ସ୍ୱର୍ଣ୍ଣ ଅଲୌକିକ ପୋଟଳ, କଣ୍ଟାଇ ଏବଂ ନଖରା କଲରା, ଜହ୍ନି, ଜି୫୪୧୪ ତରକାରୀ ମକା, ସୁଗାର-୭୫ ମିଠାମକା, ଫାଲଗୁନି ବିନ୍‍ସ, କୁନ୍ଦୁରୀ, ଲାଉ, ଜି-୯ କଦଳୀ ଆଦି ଚାଷ କରିଛନ୍ତି। ଦୁଇ ଏକର ଜମିରେ ଆଖୁଚାଷ ମଧ୍ୟ କରିଛନ୍ତି ସୁଦର୍ଶନ। ସୁଦର୍ଶନ ମଧ୍ୟ ଏକ ନର୍ସରୀ କରିଛନ୍ତି ଯେଉଁଥିଲେ ପୋଟଳ ଚାରା, ଭଣ୍ଡା ଚାରା, ବାଇଗଣ ଚାରା , ଗେଣ୍ଡୁ ଚାଷୀ ମାନଙ୍କ ପାଇଁ ରିହାତି ମୂଲ୍ୟରେ ଚାରା ବିକ୍ରି କରୁଛନ୍ତି। ଏହି ନର୍ସରୀରୁ ବାର୍ଷକ ପ୍ରାୟ ୭୦ଜହାର ଟଙ୍କା ମଧ୍ୟ ଲାଭବାନ୍‍ ହୁଅନ୍ତି ସୁଦର୍ଶନ। ଏହା ବ୍ୟତିତ ସୁଦର୍ଶନଙ୍କର ଏକ ୨ହଜାର କ୍ଷମତା ବିଶିଷ୍ଟ କୁକୁଡା ଫାର୍ମ ମଧ୍ୟ ରହିଛି।

ମିଶ୍ରିତ ଚାଷରୁ ସୁଦର୍ଶନ ବାର୍ଷିକ ପାଖାପାଖି ଅଢେଇଲକ୍ଷରୁ ତିନିଲକ୍ଷ ରୋଜଗାର କରନ୍ତି। ଚାଷ କରି ପାଞ୍ଚ ପରିବାର ପାଇଁ ରୋଜଗାର ଦେଇପାରିଛନ୍ତି ସୁଦର୍ଶନ। ସମସ୍ତ ଚାଷକୁ ଅତ୍ୟାଧୁନିକ ପ୍ରାଣଳୀ ରେ ଚାଷ କରନ୍ତି ସୁଦର୍ଶନ।ସଫଳ ଚାଷୀ ଭାବେ ଖୋର୍ଦ୍ଧା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ସମ୍ମାନୀତ ହେବା ସହ ବ୍ଲକ ସ୍ତରୀୟ ଅଗ୍ରଣୀ ଚାଷୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

କରୋନା ମହାମାରୀ ସମୟରେ ରାଜଧାନୀ ବାସୀ ଯେତେବେଳେ କଠିକ ସ୍ଥିତି ଦେଇ ଗତି କରୁଥିଲେ ସେତେବେଳେ ସୁଦର୍ଶନ ତାଙ୍କର ପନିପରିବା ଭୁବନେଶ୍ୱରର ବିଭିନ୍ନ ଆପର୍ଟମେଣ୍ଟ ରେ ବୁଲି ବୁଲି ବିକ୍ରି କରିଥିଲେ। ତାଙ୍କ ମୋବାଇଲକୁ ଫୋନ୍‍ କଲେ ସୁଦର୍ଶନ ପନିପରିବା ପହଁଞ୍ଚାଇଦେଉଥିଲେ। ଏହା ସହ ଲକଡାଉନ୍‍ ରେ ଦୁଗ୍ଧଜାତ ଦ୍ରବ୍ୟର ବିକ୍ରିବଟା ହୋଇନପାରି ଗୋପାଳକ ମାନେ ନାହିଁ ନଥିବା କ୍ଷତି ସହୁଥିଲେ। ସୁଦର୍ଶନ କ୍ଷୀର, ଦହି, ପନିର, ଛେନା ଆଦି ଦୁଗ୍ଧଜାତ ଦ୍ରବ୍ୟକୁ ଭୁବନେଶ୍ୱରରେ ବିକ୍ରି କରି ଗୋପାଳକ ମାନଙ୍କୁ କ୍ଷତିରୁ ବଞ୍ଚାଇବା ସହ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିଲେ।

Leave a comment