ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ ଏମ-ଆରଏନଏ କୋଭିଡ ଟିକା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ ଏମ-ଆରଏନଏ କୋଭିଡ ଟିକା । ଜେନୋଭା ବାୟୋଫାର୍ମା ପକ୍ଷରୁ ପ୍ରସ୍ତୁତ ଏହି ଟିକାର ଟ୍ରାଏଲ ସମ୍ପର୍କିତ ତଥ୍ୟକୁ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କ ନିକଟରେ ଉପସ୍ଥାପିତ କରାଯାଇଛି। ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ପ୍ରସ୍ତୁତ ଏହି ଟିକାକୁ ଅନୁମତି ମିଳିଲେ ଦେଶରେ ଖୁବ୍ ଶୀଘ୍ର ଏମ-ଆରଏନଏ ଟିକା ପ୍ରଚଳନ ଆରମ୍ଭ ହେବ । ପୂର୍ବରୁ ଜେନୋଭା କମ୍ପାନି ପକ୍ଷରୁ ଓମିକ୍ରନ ମୁକାବିଲା ପାଇଁ ମଧ୍ୟ ଟିକା ପ୍ରସ୍ତୁତ କରିଛି । ଓମିକ୍ରନ ଟିକାର ସଫଳ ପରୀକ୍ଷଣ ପରେ ଏହାକୁ ବି ଭାରତରେ ପ୍ରଚଳନ କରାଯିବ । ମେସେଞ୍ଜର ଆରଏନଏ ବା ଏମ-ଆରଏନଏ ହେଉଛି ଏପରି ଏକ ଟିକା ଯାହାକି ମାନବ ଶରୀରର ବିଭିନ୍ନ କୋଷରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହାଫଳରେ ବାହ୍ୟ ଜୀବାଣୁର ମୁକାବିଲା କରିବାକୁ ସକ୍ଷମ ହୋଇଥାଏ । ବିଭିନ୍ନ କୋଷରେ ଏକ ଶକ୍ତିଶାଳୀ ପ୍ରୋଟିନ ପ୍ରସ୍ତୁତ କରିଥାଏ ଏହି ଏମ-ଆରଏନଏ ଟିକା ।

Leave A Reply

Your email address will not be published.