ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

ନନ୍ଦିଗ୍ରାମ: ପଶ୍ଚିମବଙ୍ଗ ରାଜନୀତିରେ କେଇଟି ମୂହୂର୍ତ୍ତରେ ଓଲଟିଗଲା ଖେଳ । ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ । ୧୬୧୧ ଖଣ୍ଡ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ତେବେ ଏନେଇ କୋର୍ଟ ଯିବେ ବୋଲି କହିଛନ୍ତି ମମତା ବାନାର୍ଜୀ। ପୂର୍ବରୁ ମମତା ବାନାର୍ଜୀ ୧୨୦୦ ଭୋଟରେ ଜିତିଥିବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଏବେ ମମତା ୧୬୨୨ ଖଣ୍ଡ ଭୋଟରେ ହାରିଥିବା ଜଣାପଡିଛି। ତେବେ ନନ୍ଦିଗ୍ରାମର ରାୟକୁ ସେ ସ୍ବାଗତ କରିବେ ବୋଲି କହିଛନ୍ତି ମମତା ବାନାର୍ଜୀ।

ମାତ୍ର ଏକ ଘଣ୍ଟା ପୂର୍ବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜୟୀ ହୋଇଥିବା ଖବର ଆସିଥିଲା। ସେ ପର୍ଯ୍ୟନ୍ତ ମଧ୍ୟ ଭୋଟ ଗଣତି ଶେଷ ହୋଇ ନ ଥିଲା। ସେପଟେ ଶେଷ ରାଉଣ୍ଡରେ ମମତା ହାରିଥିବା ଖବର ଏବେ ସାମ୍ନାକୁ ଆସିଛି । ଅର୍ଥାତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୯୦୦ରୁ ଅଧିକ ଭୋଟରେ ଜିତିଛନ୍ତି । ହିନ୍ଦୁତ୍ୱ କାର୍ଡ ଖେଳିଥିବା ଶୁଭେନ୍ଦୁ ଏବଂ ମୁସଲିମ ଗୋଷ୍ଠୀକୁ ନେଇ ରାଜନୈତିକୁ ଅବତୀର୍ଣ୍ଣ ହୋଇଥିବା ମମତା ବାନାର୍ଜୀଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଶେଷ ରାଉଣ୍ଡ ଭୋଟ ଗଣତିରେ ମମତା ଜିତୁଥିବା ଖବର ପ୍ରକାଶ ପାଇଥିଲା ହେଲେ ମାତ୍ର ଘଣ୍ଟାକ ଭିତରେ ଖେଲ ଓଲଟପାଲଟ ହୋଇଗଲା ।

ସେପଟେ ନନ୍ଦିଗ୍ରାମରେ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ନନ୍ଦିଗ୍ରାମର ପରାଜୟକୁ ମୁଁ ସ୍ୱିକାର କରୁଛି । କିନ୍ତୁ ସମଗ୍ର ପଶ୍ଚିମବଙ୍ଗରେ ମିଳିଥିବା ବହୁମତ ପାଇଁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ପରାଜୟ ପରେ ଦିଦି ସୁପ୍ରିମକୋର୍ଟରେ ଏନେଇ ମାମଲା କରିବେ ବୋଲି କହିଛନ୍ତି । ନନ୍ଦିଗ୍ରାମ ପରାଜୟ ପଛରେ ନିର୍ବାଚନ କମିସନଙ୍କ ହାତ ରହିଛି । ଜାଣି ଶୁଣି ସେଠାରେ ବିଜେପିକୁ ଜିତାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

Leave A Reply

Your email address will not be published.