ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କୁ ଟାର୍ଗେଟ କରୁଥିଲା ଚିତ୍ତ, ଦାମୀ ଗିଫ୍ଟ ଦେଇ ରଖୁଥିଲା ଶାରୀରିକ ସମ୍ପର୍କ

ଭୁବନେଶ୍ବର : ଭୁବନେଶ୍ୱର ଶାସ୍ତ୍ରୀ ନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷ ବନ୍ଧୁ ଚିିତ୍ତରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୁଲିସ।  ଏହି ରିମାଣ୍ଡ ବେଳେ ପୁଲିସ ଚିତ୍ତ ପାଖରୁ କିଛି ଚାଞ୍ଚଲ୍ୟକର ସତ ଓଗାରିଛି। ଚିିତ୍ତରଞ୍ଜନ କେବଳ ଶୁଭଶ୍ରୀ ନୁହେଁ ଏମିତି ଅନେକ ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ। ନିଜ ବୁଦ୍ଧି ବଳ ପ୍ରୟୋଗ କରି କିଛିଦିନ ମଉଜ କରିବା ପରେ ମହିଳାଙ୍କୁ ଛାଡି ଚାଲି ଯାଉଥିଲା । କିନ୍ତୁ ଶୁଭଶ୍ରୀଙ୍କ ଘଟଣାରେ ସବୁ ବୁଦ୍ଧି ପ୍ରୟୋଗ ସତ୍ତ୍ୱେ ଧରାପଡିଯାଇଛନ୍ତି।

ଶୁଭଶ୍ରୀ ଆତ୍ମହତ୍ୟା ପଛର ଗୁମର ଖୋଲିବାକୁ ଅଭିଯୁକ୍ତ ପୁରୁଷ ବନ୍ଧୁ ଚିିତ୍ତରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୁଲିସ ବିଭିନ୍ନ ପ୍ରଶ୍ନ ପଚାରିଥିଲା। ଏହି ସମୟରେ ଡ୍ରାଇଭର ଚିିତ୍ତରଞ୍ଜନ  ତାର ଦମଦାର ଲଭ ଷ୍ଟୋରୀ ବାବଦରେ ପୁଲିସ ନିକଟରେ ସବୁ ସତ ମାନିଛି। ଚିତ୍ତ ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କୁ ଟାର୍ଗେଟ କରୁଥିଲା। ତାର ପରେ ଦାବୀ ଗିଫ୍ଟ ଦେଇ ମଳିହାଙ୍କ ମନ ଜିତୁଥିଲା। ଏହାପରେ ସେମାନଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲା। ଏହାପରେ ବିଭିନ୍ନ ବାହାନା କରି ନିଜ ବୁଦ୍ଧି ବଳ ପ୍ରୟୋଗ କରି କିଛିଦିନ ମଉଜ କରିବା ପରେ ମହିଳାଙ୍କୁ ଛାଡି ଚାଲି ଯାଉଥିଲା ଚିତ୍ତ। କିନ୍ତୁ ଶୁଭଶ୍ରୀଙ୍କ ଘଟଣାରେ ସବୁ ବୁଦ୍ଧି ପ୍ରୟୋଗ ସତ୍ତ୍ୱେ ଶୁଭଶ୍ରୀ ତାଙ୍କ ପିଛା ଛାଡିନଥିଲେ।

ଗତକାଲିଠୁ ପୁଲିସ ଚିତ୍ତକୁ ରିମାଣ୍ଡରେ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ଆଜି ତାର ରିମାଣ୍ଡ ଅବଧି ଶେଷ ହେବ। ଶୁଭଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଚିତରଞ୍ଜନକୁ ଗିରଫ କରିଥିଲା ପୁଲିସ।

Leave A Reply

Your email address will not be published.