ରାଜ୍ୟସଭା ପଦରୁ ଇସ୍ତଫା ଦେଲେ ସୁବାସ ସିଂ

କଟକ: ରାଜ୍ୟସଭା ପଦରୁ ଗୁରୁବାର ସୁବାସ ସିଂ ଇସ୍ତଫା ଦେଇଛନ୍ତି। କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ସୁବାସ ସିଂହ ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ଯ କରିଛନ୍ତି। ଏପ୍ରିଲ ୨, ୨୦୨୦ରେ ସାଂସଦ ଭାବେ ଦାୟିତ୍ୱ ନେଇଥିଲେ । ଏବେ ସେ କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଯାହାପରେ ସେ ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।
ଏଥିସହିତ ପଢ଼ନ୍ତୁ