ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକର ନୂଆ ମେୟରଭାବେ ଶପଥ ଗ୍ରହଣ କଲେ ସୁବାସ ଚନ୍ଦ୍ର ସିଂ

କଟକ: କଟକ ନବନିର୍ବାଚିତ ମେୟର ନେଲେ ଶପଥ । କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବାସ ସିଂ । ତାଙ୍କ ସହ ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସ୍ଥାନୀୟ ସହିଦ ଭବନ ପରିସରରେ ଆୟୋଜିତ ଶପଥଗ୍ରହଣ କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କର୍ପୋରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି । ଚଳିତ ପୌର ନିର୍ବାଚନରେ କଟକବାସୀ ସୁବାସ ସିଂଙ୍କୁ ମେୟର ଭାବରେ ଜୟଯୁକ୍ତ କରାଇଥିଲେ ।

ସୁବାସ ସିଂ ଚଳିତ ନିର୍ବାଚନରେ ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ପରାସ୍ତ କରି ମେୟର ସିଟ୍ ହାତେଇଥିଲେ । ସୁବାସ ସିଂଙ୍କୁ ମୋଟ୍ ୧ ଲକ୍ଷ ୦୮ ହଜାର ୩୨୧ ଭୋଟ୍ ମିଳିଥିଲା । ଚଳିତ ପୌର ନିର୍ବାଚନରେ କଟକ ମ୍ୟୁନିସିପାଲିଟି କର୍ପୋରେସନର ମେୟର ପଦ ବିଜୁ ଜନତା ଦଳ ହାତେଇଥିବାବେଳେ ୩୮ଟି କର୍ପୋରେଟର ପଦ ମଧ୍ୟ ହାତେଇଛି ବିଜେଡି ।

 

Leave A Reply

Your email address will not be published.