ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ଉପଖଣ୍ଡ ବନ୍ଦ

ଉଦଳା: ସ୍ଵାଧୀନତାର ୭୫ ବର୍ଷ ପରେ ବି କପ୍ତିପଦା ଉପଖଣ୍ଡ ରେଳର ଛାଇ ଦେଖିନଥିବା ବେଳେ ଆଜି ପ୍ରତିବାଦ କରି ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା କପ୍ତିପଦା ଉପଖଣ୍ଡ ବନ୍ଦ କରିଛି । ଉପଖଣ୍ଡର ସଦର ମହକୁମା ଉଦଳା ସହର ସକାଳ ୬ଟା ରୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସମସ୍ତ ଯାନବାହନ,ବସ ଚଳାଚଳ ବନ୍ଦ ରହିଥିବା ବେଳେ ବ୍ୟବସାୟ ପ୍ରତିଷ୍ଠାନ ଦୋକାନ ବଜାର ବନ୍ଦ ରହିଛି । କପ୍ତିପଦା ଓ ଖୁଣ୍ଟା ଆଦି ବଜାର ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ଜଣା ପଡ଼ିଛି । ଆଜି ସକାଳୁ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚାର ସମର୍ଥକ ମାନେ ବାଇକ ରାଲି କରି ପିକେଟିଂ କରୁଥିବା ଲକ୍ଷ କରାଯାଇଛି । ତେବେ ଉଦଳା ସହରର ସମସ୍ତ ଦୋକାନ ୪ଘଣ୍ଟା ସମର୍ଥନ କରିବାକୁ ସମ୍ମତି ଦେଇଥିବା ବେଳେ ୧୦ ରୁ ଖୋଲିବ ବୋଲି ବଣିକ ସଙ୍ଘ ସଭାପତି ରବୀନ୍ଦ୍ର ପରିଡା ସୂଚନା ଦେଇଛନ୍ତି । ତେବେ ସମସ୍ତ ସରକାରୀ କାର୍ୟ୍ୟାଳୟ , ବେସରକାରୀ କାର୍ୟ୍ୟାଳୟ , ଶିକ୍ଷା ଅନୁଷ୍ଠାନ , ଯାନବାହନ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସଙ୍ଗଠନ ସୂଚନା ଦେଇଛି । ବନ୍ଦକୁ ଦୃଷ୍ଟି ରେ ରଖି ଉଦଳା ଉପଖଣ୍ଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳା ର ସହ ବନ୍ଦ ପାଳିତ ହୋଇଛି ।

Leave A Reply

Your email address will not be published.